ଆର.ଉଦୟଗିରିରେ ଆଶାକର୍ମୀଙ୍କ ଦ୍ୱାରା ଘର ଘର ବୁଲି କରୋନା ସଚେତନତା
ଆର.ଉଦୟଗିରି (ଦେବାଶିଷ କାର୍ଜି )ଗଜପତି ଜିଲ୍ଲାରେ କରୋନା ତାର ଦିନକୁ ଦିନ କାୟାବିସ୍ତାର କରିଚାଲିଥିବା ବେଳେ ଗଜପତି ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ପ୍ରଥମ ଦିନ 65 ଜଣ ଓ ଦ୍ୱିତୀୟ ଦିନରେ 63 ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସଂକ୍ରମଣଙ୍କ ସଂଖ୍ୟା 4335 ରେ ପହଞ୍ଚିଛି ! ତେବେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆର.ଉଦୟଗିରି ସହରରେ ଥିବା ସ୍ଥାନୀୟ ଆଶାକର୍ମୀମାନେ ସହରର ସମସ୍ତ ସାହିକୁ ସାହି ବୁଲି ଖରା ଦିପ୍ରହରର ଘର ଘର ବୁଲି ସ୍ଥାନୀୟ ଜନ ସାଧାରଣ କିଭଳି ମହାମାରୀ କରୋନା ଠାରୁ ଦୁରେଇ ରହିବେ ସେଥିଲାଗି ଆଶାକର୍ମୀ ମାମାନେ ଝାଞ୍ଜି ଖରାକୁ ଖାତିର ନକରି ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରୁଛନ୍ତି ତା ସହ ଜନ ସାଧାରଣ ଯେପରି ମାସ୍କ ପରିଧାନ କରିବେ , ସାମାଜିକ ଦୂରତ୍ୱ ବଜାୟ ରଖିବେ , ହାତକୁ ଭଲ ଭାବରେ ସାବୁନରେ ଧୋଇବେ , ଶୋଇବା ସମୟରେ ମଶାରି ବ୍ୟବହାର କରିବେ ଏବଂ ଜନଗହଳି ପୂର୍ଣ୍ଣ ଜାଗାରେ ରହିବେ ନାହିଁ ତା ସହ ଆବଶ୍ୟକ ନପଡ଼ିଲେ ଘରୁ ବାହାରନ୍ତୁ ନାହିଁ ଏଭଳି କହିବା ସହ ସାଇରେନ ବଜାଇ ସହରର ସମସ୍ତ ସାହିକୁ ସାହି ବୁଲି ଆଶାକର୍ମୀ ମାନେ ଜନ ସାଧାରଣଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି !