ଦୁର୍ଗାଶିଷ ହେଲେ ସାଂସଦଙ୍କ ବ୍ଲକ ପ୍ରତିନିଧି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପୂର୍ବତନ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯୁବନେତା ଦୁର୍ଗାଶିଷ ମହାନ୍ତିଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କ କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ମହାନ୍ତି ବିଜେଡିର ଜଣେ ଯୁବ ସଂଗଠକ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି । ସାଂସଦ ଶ୍ରୀ ମହାନ୍ତି ଦୁର୍ଗାଶିଷଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ଏହି ଦାୟୀତ୍ୱ ଦେଇଛନ୍ତି ତାକୁ ସେ ସଠିକ ଭାବରେ ନିର୍ବାହ କରିବା ସହ କେନ୍ଦ୍ରାପଡା ବ୍ଲକର ଜନସାଧାରଣଙ୍କ ସମସ୍ୟା ଗୁଡିକର ସମାଧାନ କରିବା ଦିଗରେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଦୁର୍ଗାଶିଷ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ