ଘରେ ତିଆରିକଲେ ରେସିଂ କାର୍
ଫର୍ମୁଲା ୱାନ୍ ରେସର ଜଣେ ଲବ୍ଧ ପ୍ରଶଂସକ ନିଜ ଘର ଗ୍ୟାରେଜରେ ଏକ ରେସିଂ କାର୍ ତିଆରି କରିଛନ୍ତି । ଆଠ ହଜାର ପାଉଣ୍ଡ୍ରେ କିଣାଯାଇଥିବା ଏକ ପୁରୁଣା କାର୍କୁ ରେସିଂ କାରରେ ପରିଣତ କରିବା ପାଇଁ ବ୍ରିଟେନ୍ର ଇଷ୍ଟ ସମକେସରେ ରହୁଥିବା କେବିନ୍ ଥୋମାସ୍ଙ୍କୁ ପ୍ରାୟ ଏକ ଲକ୍ଷ ପାଉଣ୍ଡ୍ ଲାଗିଯାଇଛି । ଏଥିରେ ଉପଯୁକ୍ତ ଇଞ୍ଜିନ୍ ଲାଗିନି । ତଥାପି ଅଲଗା ଇଞ୍ଜିନ୍ ଲଗାଇ କେବିନ୍ ଏହି ଗାଡ଼ିଟିକୁ ରାସ୍ତାରେ ଚଲାଉଛନ୍ତି । ଏଭଳି କରିବା ପାଇଁ ତାଙ୍କୁ ପୂରା ଚାରିବର୍ଷ ସମୟ ଲାଗିଛି । ଆଶ୍ଚର୍ଯ୍ୟର କଥା ହେଲା କାର୍ ତିଆରି କରିବା ପାଇଁ କୌଣସି ପ୍ରକାର ମାନୁଏଲ୍ ଗାଇଡ୍ ସାହାଯ୍ୟ ମଧ୍ୟ ନେଇ ନାହାନ୍ତି । କିଛି ବର୍ଷ ପୂର୍ବେ କେବିନ୍ ଏକ ଶୋ’ ରୁମ୍ରେ ଫର୍ମୁଲା ୱାନ୍ କାର୍ ତିଆରି ଦେଖିଥିଲେ । ଏହାକୁ କିଣିବାକୁ ଇଚ୍ଛା ଥିଲେ ମଧ୍ୟ ଟଙ୍କା ନ ଥିବାରୁ ଏହା ସମ୍ଭବ ହୋଇନଥିଲା । ପରେ ସେ ଅନ୍ଲାଇନ୍ରେ ଏକ ପୁରୁଣା ରେସିଂ କାର୍ର ପାଟ୍ସ କିଣିଥିଲେ । ଏହାକୁ ବ୍ୟବହାର କରି ସେ ଏବେ ନୂଆ ରେସିଂ କାର୍ ପ୍ରସ୍ତୁତ କରିଛନ୍ତି ସତ । କିନ୍ତୁ ଇଞ୍ଜିନ୍ ନ ଲାଗିଲା ପର୍ଯ୍ୟନ୍ତ ଏହା ଅସମ୍ଭୂର୍ଣ୍ଣ ।


