ଘରୁ ଏସବୁ ଜିନିଷକୁ ତୁରନ୍ତ ହଟାନ୍ତୁ

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଧନ ଅର୍ଜନ କରିବାକୁ ଚାହିଁଥାଆନ୍ତି । ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି । ହେଲେ ବେଳେବେଳେ ଏମିତି ହୁଏ ଯେ, ଯେତେ ପରିଶ୍ରମ କରି ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ତଥା ଦାରିଦ୍ର‌୍ୟତା ଲାଗି ରହିଥାଏ । ଏହାସହିତ ଘରେ ଅନେକ ସମସ୍ୟା ଦେଖାଦେଇ ଅଶାନ୍ତି ଲାଗିରହେ । ତେବେ ଆପଣ ହୁଏତ ଜାଣି ନ ଥିବେ ଆପଣଙ୍କ ଘରେ ଥିବା କିଛି ଅଶୁଭ ଜିନିଷ ପାଇଁ ଏହି ସମସ୍ୟା ଦେଖା ଦେଇଥାଏ । ଆସନ୍ତୁ ଜାଣିବା ଘରେ କେଉଁ ସବୁ ଜିନିଷ ରହିଲେ ଘରେ ସମସ୍ୟାମାନ ଲାଗିରହେ ।
-ଘରେ ପାରାର ବସା ରହିବା ଖୁବ୍ ଅଶୁଭ ହୋଇଥାଏ । ଏହା ଦ୍ୱାରା ମନରେ ଅସ୍ଥିରତା ସୃଷ୍ଟି ହେବା ସହ ଦାରିଦ୍ର‌୍ୟତା ଲାଗିରହେ । ଯଦି ଆପଣଙ୍କ ଘରେ ଏମିତି କିଛି ଅଛି ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ ।
-ଘରେ ମହୁମାଛି ବସା ନକରାତ୍ମକ ପରିଣାମ ଦେଇଥାଏ । ଘର ଭିତରେ ଏହାର ଉପସ୍ଥିତି ଅଶୁଭ ସଙ୍କେତ ହୋଇଥାଏ ।
-ଘରେ ବୁଢ଼ିଆଣି ବସା ଥିଲେ ଦୁର୍ଭାଗ୍ୟ ମାଡ଼ିଆସେ । ଏହାକୁ ତୁରନ୍ତ ଘରୁ ବାହାର କରନ୍ତୁ । ଆଗକୁ ଏମିତି ନ ହେଉ ସେଥିପାଇଁ ଘରକୁ ସଫାସୁତୁରା ରଖନ୍ତୁ ।
-ଘରେ ଭଙ୍ଗା କାଚ କେବଳ ଅଶୁଭ ହୋଇନଥାଏ ବରଂ ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ।
-ବାଦୁଡ଼ି ଦେଖିବା ବହୁତ ଅଶୁଭ ବୋଲି କୁହାଯାଏ । ଯଦି ଘରେ ଏହା ପ୍ରବେଶ କରେ ତେବେ ଦୁର୍ଭାଗ୍ୟ ସହ ବାତାବରଣ ମଧ୍ୟ ଖରାପ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ