ପୃଥିବୀର ପ୍ରଥମ ଗଣତନ୍ତ୍ର
ପୃଥିବୀର ପ୍ରଥମ ଗଣତନ୍ତ୍ର ଦେଶ ହେଉଛି ଗ୍ରୀସ୍ । ଗଣତନ୍ତ୍ରର ପ୍ରଥମ ସର୍ତ୍ତ ଥିଲା ଅଧିବାସୀମାନେ ନିଜର ଶାସନକଳ ଚୟନ କରିବେ । ଏହି ପର୍ଯ୍ୟାୟରେ ପ୍ରଥମେ ଗ୍ରୀସ ଦେଶ କଥା ସ୍ମରଣକୁ ଆସେ । ଗ୍ରୀସର ଏଥେନ୍ସରେ ଖ୍ର.ପୂ.୫୧୦ରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦେଶର ଧନୀ ଓ ଦରିଦ୍ର ସମେତ ସମସ୍ତ ବୟସ୍କ ନାଗରିକମାନେ ଭୋଟ ମାଧ୍ୟମରେ ଶାସକ ନିର୍ବାଚିତ କରୁଥିଲେ । କିନ୍ତୁ ଏଥିରେ ମହିଳାମାନେ ସାମିଲ ନ ଥିଲେ ।


