ଖବର କାଗଜ ବିତରକଙ୍କ ଘରେ ନିଆଁ ଲାଗି ଭଷ୍ମ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡା ଗ୍ରାମର ଖବର କାଗଜ ବିତରକ ଯୋଗେଶ ନାୟକଙ୍କ ବାସଗୃହରେ ନିଆଁ ଲାଗି ଘର ଭିତରେ ଥିବା ଆସବାବ ପତ୍ର ସହିତ ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଦି ପୋଡି ଭସ୍ମୀଭୂତ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ସମୟରେ ଯୋଗେଶଙ୍କ ଘର ଭିତରେ ତାଙ୍କ ପରିବାର ପକ୍ଷରୁ ଠାକୁରଙ୍କୁ ପୂଜା କରିବା ସହିତ ଦୀପ ଲଗାଇଥିଲେ । କୌଣସି କାରଣବସତଃ ଦୀପଟିରୁ ଅଗ୍ନି ସଂଯୋଗ ଘଟି ଘର ଭିତରେ ନିଆଁ ଲାଗି ଯାଇଥିଲା । ଅଗି୍ନକାଣ୍ଡ ଦେଖି ପାଖ ପଡୋଶୀ ପାଣି ପକାଇ ନିଆଁକୁ ଆୟତ କରିଥିଲେ ମଧ୍ୟ ଘର ଭିତରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଯୋଗେଶଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନାଉଗାଁର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମସ୍ତ ବିତରକଙ୍କ ପକ୍ଷରୁ ଦାବି ହେଉଛି ।


