କେ.ନୂଆଗଡରେ ଆମ ପୋଲିସ ସମିତି ବୈଠକ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌):ଗାଙ୍ଗପୁର ଥାନା ଆମ ପୋଲିସ ସମିତି ତରଫରୁ ପାଇଲିପଡା ପଞ୍ଚାୟତ କେ.ନୁଆଗଡ ଗ୍ରାମରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ବିରୋଦ୍ଧରେ ଏକ ସଚେତନତା ସଭା ଗାଙ୍ଗପୁର ଥାନା ସବ୍ ଇନିସ୍ପେକ୍ଟର ସତ୍ୟଜିତ୍ ବେଣିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଗାଙ୍ଗପୁର ଥାନଧିକାରୀ ଧିରେଶ୍ କୁମାର ଦାସ ଯୋଗ ଦେଇ ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ବିରୋଧରେ ସମସ୍ତେ ମିଳିମିଶି ଏହାକୁ ଦୁରେଇବା ସହ ସ୍ୱାସ୍ଥ୍ୟ ଖରାପ ହେଲେ ଝାଡଫୁଙ୍କ ନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ ଉପଦେଶ ଦେଇଥିଲେ ।ଅନ୍ୟତମ ଅତିଥି ରୁପେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ତଥା ୟୁଜେଏ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ଥାନା ସକେଣ୍ଡ ଅଫିସର ଏସ୍.କେ ବେହେରା,ସାମ୍ବାଦିକ ରତ୍ନାକର ସାହୁ, ପୁର୍ବତନ ସରପଞ୍ଚ ଜୟରାମ ନାୟକ, ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା, ଗ୍ରାମ କମିଟି ସଭାପତି ଶ୍ରୀଧର ପ୍ରଧାନ ପୁର୍ବତନ ସଭାପତି ପୁରସ୍ତମ ଦାସ, ଓ ପୁର୍ବତନ ସମ୍ପାଦକ ଶିବରାମ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।ଏହି ବୈଠକରେ ମୁଖ୍ୟତଃ ଗ୍ରାମ ପରିମଳ ଓ ସ୍ୱଚ୍ଛତା,ସଡକ ସୁରକ୍ଷା ଓ ହେଲମେଟ୍ ର ବ୍ୟବହାର ବାଧ୍ୟତାମୁଳକ, ପୋଲିସକୁ ଭୟ ନ କରି ସୁସମ୍ପର୍କ ସ୍ଥାପନ,ମହିଳାଙ୍କ ସୁରକ୍ଷା,ଘରୋଇ ହିଂସା ରୋକିବା ଓ ବରିଷ୍ଠ ନାଗରିକ ମାନେ ବ୍ୟାଙ୍କ ଏବଂ ଏଟିଏମ୍ ରୁ ଟଙ୍କା ବାହାର କରିବା ବେଳେ ସାବଧାନତା ଅବଲମ୍ବନ କରିବା ବାହାରକୁ ଗଲେ ନିଜ ସମ୍ପର୍କୀୟଙ୍କୁ ଅବଗତ କରାଇବା, ସେମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ସୁବିଧା ସହ ଟ୍ରେନ ଯାତ୍ରାରେ ମିଳୁଥିବା ରିହାତି ଉପରେ ମୁଖ୍ୟଃତ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ବେଛାସେବୀ ଟୁକୁନା ନାୟକ, ୱାର୍ଡ ମେମ୍ବର ଡମ୍ବରୁଧର ସେଠୀ, ରଜତ ନାୟକ, ଓ ବନମାଳୀ ରଣା ପ୍ରମୁଖ ସହଯୋଗ କରିଥିଲେ । ଝିପି ଝିପି ବର୍ଷା ସତ୍ତ୍ୱେ ବିଭିନ୍ନ ବର୍ଗର ବହୁ ଜନସାଧାରଣ ଉପସ୍ଥିତ ଥିବାରୁ ଥାନଧିକାରୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ