ଇଛାପୁର ରଥଦାଣ୍ଡରେ ମାସ୍କ ବାଣ୍ଟିଲେ କେନ୍ଦ୍ରାପଡା ବିଧାୟକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡ଼ା ବିଧାୟକ ଶଶିଭୁଷଣ ବେହେରା ବୁଧବାର କେନ୍ଦ୍ରାପଡା ଗସ୍ତରେ ଆସି ଶ୍ରୀବଳଦେବଜୀଉଙ୍କୁ ଗରୁଡସ୍ତମ୍ବ ନିକଟରେ ଦର୍ଶନ କରିବା ସହ ଇଛାପୁର ରଥଦାଣ୍ଡରେ ମାସ୍କ ବାଣ୍ଟିଛନ୍ତି । ଶ୍ରୀଜୀଉଙ୍କ ମନ୍ଦିର ସାଧାରଣ ଜନତାଙ୍କ ଦର୍ଶନ ନିମନ୍ତେ ଆଜି ଖୋଲି ଥିବାରୁ ବିଧାୟକ ଦର୍ଶନ କରିବା ପାଇଁ ମନ୍ଦିର ନିକଟକୁ ଯାଇଥିଲେ । ଏହାପରେ ରଥଦାଣ୍ଡରେ ବିଧାୟକ ମାସ୍କ ବଣ୍ଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ଭକ୍ତମାନେ କୋଭିଡ ନିୟମ ପାଳନ ସହ ଶ୍ରୀଉଙ୍କ ଦର୍ଶନ କରନ୍ତୁ ବୋଲି ନିବେଦନ କରିଥିଲେ । ଏଥିସହିତ ମନ୍ଦିର ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ସମସ୍ତେ ମାସ୍କ ପିନ୍ଧିି ପ୍ରବେଶ କରନ୍ତୁ । ଏହି ଅବସରରେ ଶ୍ରୀଜୀଉଙ୍କ ମନ୍ଦିରର ସେବାୟତମାନଙ୍କୁ ବିଧାୟକ ମାସ୍କ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ରାଜେଶ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଓଡିଶା ମୋ ପରିବାର ସଂଯୋଜକ କାଳୀ ପ୍ରସାଦ ମିଶ୍ର, ରଞ୍ଜିତ ସାହୁ, ନଗର ସଭାପତି ଯଯାତି କେଶରୀ ମହାନ୍ତି, ମହିଳା ସଭାନେତ୍ରୀ ରୋସ୍ନା ସାହୁ, ମହିଳା ଉପ ସଭାନେତ୍ରୀ ସୀତା ସୁନ୍ଦରୀ ମଲ୍ଲିକ, ଲୋପାମୁଦ୍ରା ବାରିକ, ବ୍ଲକ ସଭାପତି ଆଲୋକ ସାହୁ, ମହେନ୍ଦ୍ର ମିଶ୍ର, ସବିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ