କ୍ଷତ୍ରିୟ ଏକତା ଦିବସ ପାଳିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): କ୍ଷତ୍ରିୟବରପୁର ଆଞ୍ଚଳିକ ବି ।ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟସେବା ଯୋଜନା ତରଫରୁ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅଧକ୍ଷ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଲୈାହ ମାନବ ଙ୍କ ଦେଶ ଗଠନରେ ମୁଖ୍ୟ ଭୁମିକା ସଂପର୍କରେ ଆଲୋକପାତ କରିଥିଲେ । ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏବଂ ପିଙ୍କି ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧ୍ୟାପକ ରାମ ପ୍ରସାଦ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଅଧାପକ ବିର୍ଷ୍ଣୁପ୍ରସାଦ ପଟ୍ଟନାୟକ, କପିଳ ସାହୁ ,ଗଙ୍ଗାଧର ଦାସ ଆଦି ମଞ୍ଚାସୀନ ଥିଲେ ।ଏଥିରେ ଜାତୀୟ ସେବା ଯୋଜନା ଯୁବ ରେଡକ୍ରସର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


