ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର : ସ୍ଥାନାନ୍ତର ଦାବି
ନିମାପଡା (ସନ୍ତୋଷ ଦାଶ ): ପୁରୀ ଜିଲ୍ଲା ନିମାପଡା ବ୍ଲକ ର ଚାରିଛକ ବଜ଼ାର ଏକ ଜନଗହଳି ପୂର୍ଣ୍ଣବଜ଼ାର l ପୁରୀ, କଟକ,ଖୋର୍ଦ୍ଧା, ଜଗତସିଂହପୁର ପ୍ରଭୁତି ଜିଲ୍ଲା ର ସଂଯୋଗ ସ୍ଥଳ l ଏହି ବଜ଼ାର ଦେଇ ଦୈନଦିନ ଶହ ଶହ ବ୍ୟକ୍ତି ଓ ଗାଡ଼ିମଟର ଚଳାଚଳ କରିଥାଏ l ବଜ଼ାର ର ଉତ୍ତର ଦିଗରେ କଟକ ରାସ୍ତା ପାଶ୍ୱ ରେ ବିପଦ ସଂକୁଳ ଅବସ୍ଥା ରେ ଏକ 11 kv ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି l ଏହା ରାସ୍ତା ପାଶ୍ୱ ରେ ରହିଥିବାରୁ ଯେ କୌଣସି ସମୟ ରେ ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହୋଇଛି l ଯଥାଶୀଘ୍ର ଟ୍ରାନ୍ସଫର୍ମର କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ନ ହେଲେ ଟ୍ରାନ୍ସଫର୍ମର ଚତୁର୍ପାଶ୍ୱରେ ସୁଦୃଢ ପ୍ରାଚୀର ନିର୍ମାଣ କରାଯିବାକୁ ବଜ଼ାର ର ବ୍ୟବସାୟୀ ମାନେ ଦାବି କରିଛନ୍ତି l