ବିଜେପି ଏସସି ମୋର୍ଚ୍ଚା ର ପ୍ରେସମିଟ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବିଜେଡିର ନେତା କର୍ମୀଙ୍କ ଦ୍ଵାରା ଦଳିତ ପରିବାର ଙ୍କୁ ବାରମ୍ବାର ଆକ୍ରମଣ ତଥା ଡ଼ା. ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ ବଢି ଚାଲିଥିବା ଅଭିଯୋଗ କରିଛି ବିଜେପି ଏସସି ମୋର୍ଚ୍ଚା।ଜଗତସିଂହପୁର ଜିଲ୍ଲା ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି କର୍ମୀଙ୍କ ଦ୍ୱାରା ଆକ୍ରମଣକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଏସସି ମୋର୍ଚ୍ଚା ର ଉପ ସଭାପତି ତଥା ମୟୁରଭଞ୍ଜ ଜିଲ୍ଲା ପ୍ରଭାରୀ ହେମନ୍ତ କୁମାର ମଲ୍ଲିକ।ରାଇରଙ୍ଗପୁର ପୁର୍ତ୍ତ ଡାକ ବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଆକ୍ରମଣ ପ୍ରତିବାଦ ରେ ଆସନ୍ତା ଅଗଷ୍ଟ ୧୦ ତାରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାର ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଏସସି ମୋର୍ଚ୍ଚା ର ସଭାପତି କିଶୋର ରୋଜକ,ବିଧାୟକ ନବ ଚରଣ ମାଝି, ରାଜ୍ୟ ସମ୍ପାଦକ ନବୀନ ରାମ ଙ୍କ ସହିତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।


