ବୁଦ୍ଧଖୋଲରେ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ବୈଠକ

ବୁଗୁଡା (ଅନିଲ ମହାରଣା): ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲରେ ଅବସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ଏକ ବୈଠକ ଅଗଷ୍ଟ ୦୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୁଗୁଡା ବ୍ଳକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ ଏବଂ ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁପ ଶ୍ରୀଚନ୍ଦନ, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ବ୍ରହ୍ମପୁର ଜୋନ ସଭାପତି ଜୋତିରଞ୍ଜନ ସାହୁ, ଆଇଟି ସଂଯୋଜକ ରବୀନ୍ଦ୍ର ସାହୁ, ଡିଜିଟାଲ ସମ୍ପାଦକ ନିଖିଲ ଚୌଧୁରୀ, ଜିଲ୍ଲା ଉପସଭାପତି ହରପ୍ରସାଦ ମହାପାତ୍ର,ଓ ନଗର ସଭାପତି ଦୀପକ କୁମାର ମିଶ୍ର ପ୍ରମୁଖ ମଞ୍ଚସୀନ ଥିଲେ। ସମସ୍ତ ଅତିଥି ବୃନ୍ଦ ଆଗାମୀ ଦିନରେ ଛାତ୍ର ସଙ୍ଗଠନ କିଭଳି ସୁଦୃଢ ହୋଇପାରିବ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜୁ ଜନତା ଦଳର ନବମନୋନୀତ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ଟଲ ମ୍ଯାନ ପୁସ୍ତକକୁ ପଦର୍ଶିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଲୋଚନକୁ ଆଣିବା ସହିତ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ପୋଲସରା ଓ ବୁଗୁଡା ବ୍ଳକ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ସମେତ ସାଗର ବିଷୋୟୀ, ତନ୍ମୟ ପଣ୍ଡା , ସାହିଲି ପ୍ରଧାନ, ଚନ୍ଦନ ସାହୁ , ସୁନୀଲ ଦାଶ, ନାରାୟଣ ସାହୁ ଙ୍କ ସମେତ ଯୁବ ବିଜୁ ଜନତା ଦଳର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ