ଶିଶୁ ସୁରକ୍ଷା ଅଧିକାରୀ ପୁରସ୍କୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପୁରସ୍କୃତ ହୋଇଛନ୍ତି । ତେଣୁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସିତ କରାଯାଇଛି । ଗଜପତି ଜିଲାପାଳ ଅନୁପମ ସାହାଙ୍କ ନେତୃତ୍ୱରେ ଚାଲୁ ରହିଥିବା ବିଭିନ୍ନ ଶିଶୁ ସୁରକ୍ଷା ଏବଂ ଶିଶୁ ମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅନାଥ, ପରିତ୍ୟକ୍ତ ଓ ସମର୍ପିତ ଶିଶୁ ମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବା, ଶିଶୁଚାଲାଣ ବନ୍ଦ କରିବା, ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଗ୍ରାମସ୍ତରୀୟ କମିଟି ଗଠନ କରିବା ଇତ୍ୟାଦି କାର୍ଯ୍ୟରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧୀକାରୀ ଅରୁଣ କୁମାର ତ୍ରିପାଠୀ ଅଗ୍ରଣୀ ଭୂମିକା ଗ୍ରହଣ କରି ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ସେହିଭଳି ବାଲ୍ୟ ବିବାହ ବନ୍ଦ କରିବା ଲାଗି ଅଙ୍ଗନବାଡି ସ୍ତରରୁ ସୂଚନା ସଂଗ୍ରହ କରିବା ଓ ତିତ୍‌ଲି ବାତ୍ୟାରେ ଅନାଥ ହୋଇଥିବା ପିଲାମାନଙ୍କୁ ଥଇଥାନ କରିବା ଏବଂ ବିଭିନ୍ନ ସମସ୍ୟା ଘେରରେ ରହିଥିବା ଶିଶୁ ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ମଧ୍ୟ ସେ ଆଗୁଆ ରହିଥିଲେ । ତେଣୁ ତାଙ୍କୁ ଏହି ସବୁ ସଫଳ କାର୍ଯ୍ୟପାଇଁ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି । ଏହି ଉତ୍ସବରେ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ପୋଲିସ ଆଇ.ଜି. ଅରୁଣ ବାଥ୍ରା, କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ପ୍ରମୁଖ ଉପସ୍ଥିତଥିଲେ । ଏହି ପୁରସ୍କାର ତାଙ୍କୁ ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାହରରେ ପ୍ରଦାନ କରାଯାଇଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ