୨୩ ଦିନରେ ଧାରଣାରୁ ଓହରିଲେ ମହିଳା ଜବକାର୍ଡଧାରୀ

ଞ୍ଚବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟଙ୍କ ସଦସ୍ୟ ଓ ଧାରଣାକାରୀ ପଦଯାତ୍ରାରେ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତରେ ମନରେଗା କାର୍ଯ୍ୟରେ ଅନିୟମିତତା ହୋଇଥିବାକୁ ନେଇ ଏହାର ତଦନ୍ତ ଦାବି କରି ଜୁଲାଇ ୧୯ ତାରିଖ ଠାରୁ ମହିଳା ଜବକାର୍ଡଧାରୀମାନେ ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଗଣଧାରଣାରେ ବସି ରହିବା ସହ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ତାଙ୍କୁ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ସମର୍ଥନ ଜଣାଇ ଧାରଣାରେ ବସିଥିଲେ । କିନ୍ତୁ ୨୩ ଦିନ ବର୍ଷା ଖରାରେ ଦଳିତ ମହିଳାମାନେ ବସି ରହିଥିବା ବେଳେ ବ୍ଳକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଉପରେ କେବଳ ତଦନ୍ତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଫଳରେ ମଙ୍ଗଳବାର ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ ମଲ୍ଲିକଙ୍କ ନେତୃତ୍ୱରେ ଧାରଣାକାରୀ ମହିଳାମାନେ ଧାରଣାସ୍ଥଳରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଦୁର୍ନିତି ବିରୁଦ୍ଧରେ ନାରାବାଜି ଦେଇଥିଲେ । ସେଠାରେ ଜଗତସିଂହପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପହଁଚି ସେମାନଙ୍କ ସହିତ ଆଲୋଚନା କରିବା ସହିତ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ମୃତିକା ସରଂକ୍ଷଣ ବିଭାଗର କନିଷ୍ଠ ଯନ୍ତ୍ରୀ, ବ୍ଲକ ସହାୟକ ଯନ୍ତ୍ରୀ ଓ ଜିଆରଏସଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଖୁବ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଫଳରେ ଧାରଣାକାରୀମାନେ ଧାରଣାରୁ ଓହରିଥିବା ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ