ସମଗ୍ର କନ୍ଧମାଳ ଜିଲ୍ଲାରେ କଂଗ୍ରେସକୁ ମଜଭୁତ କରାଯିବ : ବିଧାୟକ ରମେଶ ଜେନା
ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସରେ ଶତାଧିକ କର୍ମୀ ଙ୍କ ସମେତ ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରି ପାଇନବଣ ଠାରେ ଉପଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସlନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ବ୍ଲକ ଅଧକ୍ଷା ରୁଦା ମଲିକ, ଏଆଇସିସି ସଦସ୍ୟ ଘନ କୁମାର ଶବର, ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଦୀପ ନାୟକ, କନ୍ଧମାଳ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ବିଧାୟକ ପ୍ରାର୍ଥୀ ଶ୍ୟାମ ଘନ ପ୍ରଧାନ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର ବିଶୋଇ, ଜିଲ୍ଲା ପରିଷଦ ସଭ୍ୟl ସନ୍ଧ୍ୟା ରାଣୀ ପ୍ରଧାନ ଓ ଦୀପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବକୁ ଜିଲ୍ଲା ସଭାପତି ଅନାମ ନାୟକ ପରିଚାଳନା କରିଥିବା ବେଳେ
ମିଶ୍ରଣ ପର୍ବରେ ବିଜେଡ଼ିରୁ ଦୁଇ ବର୍ଷ ତଳେ ବହିସ୍କୃତ ହୋଇଥିବା ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ କଂଗ୍ରେସରେ ଯୋଗ ଦେଇଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ଭିନ୍ନ ଭିନ୍ନ ଦଳରୁ ଆସି ୯୪ ଜଣ କର୍ମୀ କଂଗ୍ରେସରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ନିର୍ବାଚନରେ କଂଗ୍ରେସର ବ୍ଲକ ଅଧକ୍ଷା ପଦ କିପରି ହାତେଇବ ସେନେଇ ଆଲୋଚନା ହେବା ସହ ୨ ଟି ଜିଲ୍ଲା ପରିଷଦ ପଦ ହାତେଇବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ରାଜ୍ୟରେ ବିଜେଡ଼ି ୨୨ ବର୍ଷ ଶାସନ କରିଥିବା ବେଳେ କେନ୍ଦ୍ରରେ ବିଜେପି ୭ ବର୍ଷ ଶାସନ କାଳରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ହୋଇଥିବା ସହ ବେକାରୀଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳିନଥିବା ବିଧାୟକ ରମେଶ ଜେନା ଅଭିଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ବ୍ଳକ ସଭାପତି କାଳୀପ୍ରସାଦ ମଲିକ, ବ୍ଳକ ସଂପାଦକ ଶରତ ଚନ୍ଦ୍ର ପ୍ରଧାନ, ଶରତ ବଳିୟାରସିଂ, ତିଆଡ଼ି ନାୟକ , ଯୁବମୋର୍ଚ୍ଚ ମହିଳା ଉପ ସଭାପତି ଶିମିଳାରାଣୀ ପଡ୍ରା ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା ।