ଶାହାରୁଖଙ୍କ ଝଲକ୍ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ରାଜକୁମାର
ଏବେ ବଲିଉଡର ଆଗଧାଡିର କଳାକାର ତାଲିକାରେ ରାଜକୁମାର ରାଓଙ୍କ ନାଁ ଥିବା ବେଳେ ସେ ଦର୍ଶକଙ୍କୁ କିଛି ହିଟ୍ ଫିଲ୍ମ ମଧ୍ୟ ଭେଟି ଦେଇଛନ୍ତି । ରାଜକୁମାର ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କର ଜଣେ ବଡ ଫ୍ୟାନ ବୋଲି ଅନେକ ଜାଣିଥିବେ । ତେବେ ଶାହାରୁଖଙ୍କ ସକସେସ୍ ଷ୍ଟୋରୀରୁ ଇନସ୍ପାୟାର ହୋଇ ରାଜକୁମାର ଅଭିନୟରେ ପାଦ ଦେଇଥିବା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ପ୍ରଥମ ମୁମ୍ବାଇ ଆସିଥିଲେ ସେତେବେଳେ ଶାହାରୁଖଙ୍କ ଗୋଟିଏ ଝଲକ୍ ପାଇବାକୁ ସେ ମନ୍ନତ(ଶାହାରୁଖଙ୍କ ଘର) ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ । ହେଲେ ତାହା ତାଙ୍କ ଭାଗ୍ୟରେ ଜୁଟୁ ନ ଥିଲା । ଯଦିଓ ସେ ଶାହାରୁଖଙ୍କ ସ୍ତ୍ରୀ ଗୌରୀ ଖାଁଙ୍କ ଝଲକ୍ ପାଇଥିଲେ କିନ୍ତୁ ଶାହାରୁଖଙ୍କ ଦେଖା ପାଇ ନ ଥିଲେ । ଦିନେ ବାନ୍ଦ୍ରାରେ ଶୁଟିଂ ସମୟରେ ରାଜକୁମାରଙ୍କ ସ୍ୱପ୍ନ ସତ ହୋଇଥିଲା । ଅର୍ଥାତ୍ ସେଠାରେ ସେ ଶାହାରୁଖଙ୍କୁ ସାକ୍ଷାତ୍ କରିଥିଲେ । ଆଉ ଶାହାରୁଖ ତାଙ୍କ ସହ ଏମିତି ଢଙ୍ଗରେ ମିଶିଥିଲେ ଯାହାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି । ହେଲେ ଆଜି ସେ ଶାହାରୁଖଙ୍କର ଜଣେ ନିକଟତର ବନ୍ଧୁ ବୋଲି କହିବାକୁ ଗର୍ବ ଅନୁଭବ କରୁଛନ୍ତି ।


