ରାସ୍ତା ନିର୍ମାଣର ମାସେ ନପୁରୁଣୁ ଉଠିଲା ପିଚୁ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୮.୫ କିମି ରାସ୍ତା ଆମ୍ବଗଢିଆ-ଗଣିଜାଙ୍ଗ ଭାୟା ମଙ୍ଗୁଲି ରାସ୍ତା ପ୍ରାୟ ଆଜକୁ ମାସେ ପୂର୍ବେ ପିଚୁ କାମ ହୋଇଥିଲା । ଉକ୍ତ ରାସ୍ତା କାର୍ୟ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ମାସକ ମଧ୍ୟରେ ପିଚୁ ଉଠିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଠିକାଦାର ଉକ୍ତ ରାସ୍ତାରେ ମରାମତି କାର୍ୟ୍ୟ କରୁଛନ୍ତି । ଏହି ରାସ୍ତା ଉପରେ ଗଣିଜାଙ୍ଗ, ଗୋପାଳପୁର, ଗଣ୍ଡକୋରା, ଦୋଳପଦୀ, ମଙ୍ଗୁଲି, ଠାକୁରଗଢିଆ, ତୋଟାସାହି, ମହୁଲଗଢିଆ ଆଦି ଗ୍ରାମ ସମେତ ଗଣିଜାଙ୍ଗ, ଛୟାଳସିଂ, ଓଡଙ୍ଗ ଆଦି ପଞ୍ଚାୟତର ଶତାଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି । ଉକ୍ତ ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାସ୍ତା କାର୍ୟ୍ୟ ଚାଲିଥିବା ବେଳେ ବାରମ୍ବାର ତାଗିଦ୍ ସତ୍ତେ ଠିକାଦାର ସଠିକ୍ ଭାବେ ରାସ୍ତା କାମ କରିନଥିଲେ । ଏହି ରାସ୍ତା କାର୍ୟ୍ୟର ଅଟକଳ ମୂଲ୍ୟ ୩୨୦.୬୦ ଲକ୍ଷ ଥିବା ବେଳେ ଏହାର କାର୍ୟ୍ୟ ନିର୍ଭରତା ଅବଧି ୩ ବର୍ଷ ରହିଥିଲା ।


