ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ବିଇଓଙ୍କୁ ଭେଟିଲେ ଅଭିଭାବକ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଅକରୁଆ ବ୍ରାହ୍ମଣୀଦେବୀ ନୋଡାଲ ୟୁପି ସ୍କୁଲରେ କିଛି ସହପାଠୀଙ୍କ ମାଡରେ ଦୁଇଜଣ ଛାତ୍ର ଆହତ ହୋଇଥିବା ଜଣାଯାଇଛି । ଶନିବାର ବିଦ୍ୟାଳୟରେ ପରୀକ୍ଷା ଶେଷପରେ ଶ୍ରେଣୀଗୃହ ଭିତରେ କିଛି ଛାତ୍ର ମିଳିମିଶି ବିକାଶ ଖଟୁଆ ନାମକ ଜଣେ ତୃତୀୟ ଶ୍ରେଣୀର ବିକାଶ ନାମକ ଛାତ୍ରଙ୍କୁ ଆକ୍ରମଣ କରୁଥିଲେ । ଛାତ୍ରଙ୍କ ଚିକ୍ରାର ଶୁଣି ପ୍ରତିକ ଖଟୁଆ ନାମକ ଅନ୍ୟ ଜଣେ ଛାତ୍ର ଆସି ଏହାର ବିରୋଧ କରିବାରୁ ସେମାନେ ତାକୁ ମଧ୍ୟ ଆକ୍ରମଣ କରିଥିଲେ । ସହପାଠୀଙ୍କ ମାଡରେ ୨ ଛାତ୍ତ ଆହାତ ହୋଇଥିଲେ । ଛାତ୍ରଙ୍କ ମାଡରେ ବିକାଶର ଗୋଟିଏ ଦାନ୍ତ ଭାଙ୍ଗିଯାଇଥିବା ବିକାଶର ବାପା ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟ ଭିତରେ ଛାତ୍ର ମାନଙ୍କ ଏପରି ମାଡଗୋଳ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଅଫିସଗୃହ ଭିତରେ ବସିଥିଲେ । ଛାତ୍ରମାନେ ଛୁଟି ହୋଇ ଘରକୁ ଯିବାପରେ ଅଭିଭାବକମାନେ ଏ ବାବଦରେ ଜାଣିବାପରେ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଧରି ସ୍କୁଲରେ ପହଞ୍ଚିବା ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ ଆମକୁ ଏଠାରୁ ବଦଳି କରିନିଅ ବୋଲି ଅଜବ ଉତ୍ତର ଦେଇଥିଲେ ବୋଲି ସଭାପତି ଗଜେନ୍ଦ୍ର କଟୁଆ ଅଭିେଯୋଗ କରିଛନ୍ତି । ପରେ ବିକାଶର ବାପା ନରେନ୍ଦ୍ର ଖଟୁଆ ବିକାଶ ଓ ପ୍ରତିକଙ୍କୁ ହାଟଡିହି ଡାକ୍ତରଖାନା ନେଇ ଚିକିତ୍ସା କରାଇବା ସହ ହାଟଡିହି ବିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସୋମବାର ଦିନ ତଦନ୍ତ କରାଯିବ ବୋଲି ବିଇଓ ସେମାନଙ୍କୁ ପ୍ରତିାୃତି ଦେଇଥିବା ନରେନ୍ଦ୍ର ପ୍ରକାଶ କରିଛନ୍ତି ।


