ଜେଏସପିଏଲ ବଡ଼ବିଲ ରେ 75ତମ ସ୍ୱାଧୀନତା ଦିବସ ପାଳିତ

ଯୋଡ଼ା, (ସମୀର ଦାସ): ବଡ଼ବିଲ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ର ବଡ଼ବିଲ ଠାରେ ଥିବା ପେଲେଟ ପ୍ଲାଣ୍ଟ ରେ 75ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ବ୍ରିଜ ବଦହଦରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ I କୋଭିଡ ମହାମାରୀ ଯୋଗୁଁ ସମସ୍ତ ପ୍ରତିଷେଧ ମୂଳକ ନିୟମ ପାଳନ କରି ଆୟୋଜିତ ହୋଇଥିବା ଏହି ଉତ୍ସବରେ ପ୍ଲାଣ୍ଟ ର ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ Iଏହି ସମାରୋହରେ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ବ୍ରିଜ ବଦହଦରା, ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଙ୍କ ର ବାର୍ତା ପାଠ କରିଥିଲେ I ନିଜ ବାର୍ତା ରେ ଶ୍ରୀ ଜିନ୍ଦଲ ଟୋକିଓ ଅଲିମ୍ପିକ୍ସ ରେ ଭାରତର ପ୍ରତିନିଧିତ୍ବ କରିଥିବା ସମସ୍ତ ଖେଳାଳି ମାନଙ୍କୁ ଏବଂ ସେମାନଙ୍କର ପ୍ରଦର୍ଶନ କୁ ପ୍ରଶଂସା କରିଥିଲେ I ଏଥିସହିତ ସେ କୋଭିଡ ମହାମାରୀ ରେ ନିଜକୁ ଦେଶ ର ସେବାରେ ଉତ୍ସର୍ଗ କରିଥିବା ଯୋଗୁଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇ ଥିଲେ Iଏହି ଅବସରରେ ସେ କହିଲେ ଭାରତ କୁ ଇସ୍ପାତ ନିର୍ମାଣ ରେ ଆତ୍ମନିର୍ଭର କରିବାପାଇଁ କମ୍ପାନୀର ଅନୁଗୁଳ ଏବଂ ରାଇଗଡ଼ ପ୍ଲାଣ୍ଟ ର ଉତ୍ପାଦନ କ୍ଷମତା କୁ 2030 ସୁଦ୍ଧା 50 ମିଲିଅନ ଟନ ପର୍ଯ୍ୟନ୍ତ ବୃଦ୍ଧି କରାଯିବ I ଖୁବ ଶୀଘ୍ର କମ୍ପାନୀ ଋଣ ମୁକ୍ତ ହେବ ବୋଲି ସେ କହିଥିଲେ I ଯୁବ ସମାଜକୁ ଆହୁରି କର୍ମଠ ଏବଂ ନିଷ୍ଠା ର ସହ କାର୍ଯ୍ୟ କରି ଦେଶ ନିର୍ମାଣ ଏବଂ ଅଗ୍ରଗତି ରେ ସାହାଯ୍ୟ କରିବାକୁ ସେ ଆହ୍ୱାନ କରିଥିଲେ I ବଡ଼ବିଲ ପ୍ଲାଣ୍ଟ ର ଉତ୍ପାଦନ ଏବଂ ଭଲ ପ୍ରଦର୍ଶନ ପାଇଁ ଶ୍ରୀ ବଦହଦରା ପ୍ଲାଣ୍ଟ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ I ସେ କହିଲେ, “ଆମ ଅଧ୍ୟକ୍ଷ ଶ୍ରୀନବୀନ ଜିନ୍ଦଲ ଙ୍କ ମାର୍ଗ ଦର୍ଶନରେ ଆମେ ଦେଶର ବିକାଶରେ ସହଭାଗୀ ହୋଇ ପାରିଥିବାରୁ ଆମେ ଗର୍ବିତ I”କାର୍ଯ୍ୟକ୍ରମ ଶେଷରେ ଉତ୍କର୍ଷ କାର୍ଯ୍ୟ ପାଇଁ ପ୍ଲାଣ୍ଟ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ପାଶ୍ୱବର୍ତୀ ଅଂଚଳର ଏକ ଦଶ ଜଣିଆ ମହିଳା ଦଳ, କୋଭିଡ ସମୟରେ 50 ହଜାର ମାସ୍କ ତିଆରି କରି ଏହି ମହାମାରୀ କୁ ପ୍ରତିହତ କରିବାରେ ଅତୁଳନୀୟ ଅବଦାନ ପାଈଁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା Iଜେଏସପିଏଲ ର ଭୁବନେଶ୍ୱର କାର୍ଯ୍ୟାଳୟ ରେ ସଭାପତି ତଥା ଗ୍ରୁପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ