ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରରେ ଜଳାଭିଷେକ ଉତ୍ସବ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଶଶ ଗ୍ରାମପଞ୍ଚାୟତ ଖେଜୁରୀଟାଣ୍ଡି ସ୍ଥିତ ଶ୍ରୀଶ୍ରୀ ନୀଳକଣ୍ଠେଶ୍ବର ମହାଦେବଙ୍କ ମନ୍ଦିରରେ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିର ପରିଚାଳନା କମିଟୀର ଉପଦେଷ୍ଟା ଘାଷିରାମ ପାତ୍ର’ଙ୍କ ମାର୍ଗଦର୍ଶନ ଏବଂ କମିଟୀର ସଭାନେତ୍ରୀ ବିମଳା ନନ୍ଦ, ସମ୍ପାଦିକା ପୂଜା ମହାନ୍ତ, କୋଷାଧ୍ୟକ୍ଷା ସାବିତ୍ରୀ ମହାନ୍ତ, ଦେବେନ୍ଦ୍ରନାଥ ମହାନ୍ତ ଏବଂ ରାଜକୁମାର ନନ୍ଦ’ଙ୍କ ପରିଚାଳନାରେ ଅନୁଷ୍ଠିତ ଜଳାଭିଷେକ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଭାପତି ମଧୁସୂଦନ ଦାସ, ବହଳଦା ବଜରଙ୍ଗ ଦଳ ସଂଯୋଜକ ମୃତ୍ୟୁଞ୍ଜୟ ପାଲ, ବିଜେପି ହରିଜନ ମୋର୍ଚ୍ଚା ଜିଲ୍ଲା ସଭାପତି କିଶୋର କୁମାର ରଜ୍ଜକ, ଶଶ ସରପଞ୍ଚ ଶୁକଲାଲା ସୋରେନ୍ ପ୍ରମୁଖ ଯୋଗ ଦେଇଥିଲେ। ମନ୍ଦିର ପୂଜକ ପଣ୍ଡିତ ଅନନ୍ତ ସାମନ୍ତରାୟ ଯଜ୍ଞକର୍ମ ଓ ବିଧିବିଧାନର ସହିତ ଜଳାଭିଷେକ ଓ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ କରିଥିବାବେଳେ ଶ୍ରାବଣ ମାସର ସଂକ୍ରାନ୍ତି ମତରେ ଶେଷ ସୋମବାର ଥିବାରୁ ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା, ପୁରୁଷ ମାନେ କୋଭିଡ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରଖି ଶ୍ରୀଶ୍ରୀ ନୀଳକଣ୍ଠେଶ୍ବର ମହାଦେବଙ୍କୁ ଜଳାଭିଷେକ କରିଥିଲେ। ଏହି ଉତ୍ସବକୁ ସଫଳ କରାଇବାରେ ରାଧାମାଧବ ମହାନ୍ତ, ପ୍ରମିଳା ବେହେରା, ବେଙ୍ଗ ବେହେରା, ସୁରେଖା ମହାନ୍ତ, ଶାରଦା ମହାନ୍ତ, ଜୁଲି ମହାନ୍ତ, ଲାଙ୍ଗ ହେମ୍ବ୍ରମ, ଚମ୍ପା ମାଝୀ, ରାଉଁଦେ ମୁର୍ମୁ, ଆହ୍ଲାଦ ହାଁସଦାଃ, ଜୟନ୍ତ ମହାନ୍ତ, ବସନ୍ତ ମହାନ୍ତ, ସୁମନ୍ତ ମହାନ୍ତ, ମୁକେଶ ବେହେରା ଏବଂ ଗ୍ରାମବାସୀ ମାନେ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ