ମୋବାରକପୁର ସ୍କୁଲ ଠାରେ ମାସ୍କ ବଣ୍ଟନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା ): ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଂଚାୟତ ମୋବାରକପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ହାତ ପାଣ୍ଠିରୁ ଆଜି ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ବିଧାୟକଙ୍କ ପ୍ରତିନିଧି ପ୍ରୟାସ କାନ୍ତି ସାମଲଙ୍କ ନିର୍ଦେଶ କ୍ରମେ ବିଜେଡି ଯୁବନେତା ତଥା ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ବିଦ୍ୟାଳୟ ଠାରେ ପହଂଚି ବିଦ୍ୟାର୍ଥିମାନଙ୍କୁ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷକ ବିଶ୍ୱରଂଜନ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ହେମନ୍ତ ଜେନା, ଲକ୍ଷ୍ମୀଧର ସାହୁ, ଅଭିମନ୍ୟୁ ଚନ୍ଦ, କଳାକାର ଜେନା, ପ୍ରଶାନ୍ତ ସାହୁ, ରମେଶ ଚନ୍ଦ୍ର ଶଙ୍ଖୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ଶିକ୍ଷକ ନରେନ୍ଦ୍ର କୁମାର ଜେନା, ନମିତା ରାଣୀ ନାୟକ, ଲିନା ପ୍ରିୟଦର୍ଶିନୀ ନାୟକ, ପୂର୍ଣ୍ଣମୀ ମହନ୍ତ, ଧନେଶ୍ୱର ଜେନା, ରବିନାରାୟଣ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ