ମହରମ ପାଇଁ ମସଜିଦ୍ ପରିଦର୍ଶନ କଲେ ଅଧିକାରୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ମସଜିଦ୍ରେ କୋଭିଡ୍ କଟକଣା ମଧ୍ୟରେ ମହରମ ପର୍ବ ପାଳିତ ହୋଇଛି । କୋଭିଡ୍ ପାଇଁ ପ୍ରଶାସନ ପକ୍ଷରୁ ସମୂହ ମହରମ ପର୍ବ ପାଳନ ଉପରେ କଟକଣା ଲାଗୁ କରାଯାଇଥିଲା । ମସଜିଦ୍ରେ ଯଥାବିଧି ସୀମିତ ନମାଜ ପାଠ କରାଯିବାକୁ ନିର୍ଦ୍ଦେଶ ହୋଇଥିଲା । ଉକ୍ତ ନିର୍ଦ୍ଦେଶନାମା କଡାକଡି ପାଳନ ହେଉଛି କି ନାହଁ ତାର ସ୍ଥିତି ପରିଖିବା ପାଇଁ ଆଜି ବନ୍ତ ତହସିଲଦାର ଇନ୍ଦିରା ସାହୁ ଓ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ବିଭିନ୍ନ ମସଜିଦ୍ ପରିଦର୍ଶନ କରିଥିବା ଜଣାଯାଇଛି । ତହସିଲଦାର ପଧାନପଡା, ବନ୍ତ ଓ ଅତିରିକ୍ତ ତହସିଲଦାର ଆଗରପଡା ଅଞ୍ଚଳର ଚାରିଘରିଆ, ମେଡିକାଲ ଛକ, ପୁରୁଷଣ୍ଢ, ଘଣ୍ଟଗଢିଆ, ଅଣିଜୋ ଆଦି ମସଜିଦ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏଥିରେ ସ୍ଥାନୀୟ ପୋଲିସ ସହଯୋଗ କରିଥିଲେ ।


