କେନ୍ଦ୍ରାପଡା କଲେଜ ମାଇଁ ଏନସିସି ଆଲୁମିନି ଆସୋସିଏସନ୍ ପକ୍ଷରୁ ବୃକ୍ଷ ରୋପଣ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସ୍ୱାୟଂଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଅସୋସିଏସନ ପକ୍ଷରୁ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ କଲେଜ ବାଳକ ବିଭାଗର ଏନ.ଏନ.ଓ. କ୍ୟାପଟେନ ମନୋରଞ୍ଜନ ମହାନ୍ତି ଓ ବାଳିକା ବିଭାଗର ଏନ.ଏନ.ଓ. ଲେଫ୍ଟନାଣ୍ଟ ସୀମା ମହାନ୍ତି ଏବଂ ପ୍ରଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ଗୈାର ପ୍ରସାଦ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା କଲେଜ ପରିସରକୁ ସବୁଜ ସୁନ୍ଦର କରିବା ପାଇଁ ଦେବଦାରୁ ଓ ବଉଳ ଗଛର ଚାରା ରୋପଣ କରାଯାଇଥିଲା । ଆଜିର ଦିନରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ସଦସ୍ୟମାନେ ସମଗ୍ର ଭାରତ ବର୍ଷରେ ଗୋଟିଏ ଗୋଟିଏ ଚାରା ରୋପଣ କରିଛନ୍ତି । ଏହା କରିବା ଫଳରେ ସମଗ୍ର ଭାରତ ବର୍ଷରେ ପରିବେଶ ସୁରକ୍ଷା ଦିଗରେ ଏହା ସହାୟକ ହେବ ବୋଲି କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ କହିବା ସହିତ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ପ୍ରଭାସିନି ସାହୁ, ଉପସଭାପତି ସୁଚିତ୍ରବିର୍ଯ୍ୟ ଦାସ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ସହସମ୍ପାଦକ ବୀରେନ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ପଲାଇ, ଗାଙ୍ଗେୟ କୁମାର ବିଶ୍ୱାଳ, ଶ୍ରୀକାନ୍ତ ପୋଥାଳ, ରଶ୍ମିରଞ୍ଜନ ମହାରଣା, ଉମେଶ ଚନ୍ଦ୍ର ଜେନା, ଦେବକାନ୍ତ କର, ନିର୍ଲିପ୍ତ ସାହୁ, ହରଯକ୍ଷ୍ୟ କେଶରୀ ଜେନା, ଗୋପିନାଥ ସେଠୀ, ରାଜ କିଶୋର ଖୁଣ୍ଟିଆ, ଦେବ ପ୍ରସନ୍ନ ସ୍ୱାଇଁ, ଦେବୀ ପ୍ରସାଦ ସାହୁ, ରଞ୍ଜନ କୁମାର ଲେଙ୍କା, ବିଭବ ମହାନ୍ତି, ମହମ୍ମଦ ରିୟାଜୁଦ୍ଦିନ, ଅନୁପ କୁମାର ରାଉତ, ଆଲୋକ କୁମାର ପ୍ରଧାନ, ବିକାଶ ମହାରଣା, ରାଧେଶ୍ୟାମ ରାଉତ, ସୁଶ୍ରୀ ସଙ୍ଗୀତା ଦାସ, ବନସ୍ମିତା ଷଡଙ୍ଗୀ, ବିଦ୍ୟାଲକ୍ଷ୍ମୀ ବେହୁରା, ଦିପ୍ତୀମୟୀ ଦାସ, ଏଲିନା ଯତି, ବିଶ୍ୱମିତ୍ରା ସାହୁଙ୍କ ସମେତ ବର୍ତ୍ତମାନର ଏନସିସିି ବାଳକ ଓ ବାଳିକା ବିଭାଗର କ୍ୟାଡେଟମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହି ପରି ଜନମଙ୍ଗଳ କାର୍ଯ୍ୟକ୍ରମକୁ ବ୍ୟାପକ ମାତ୍ରାରେ କରାଯିବ ବୋଲି ଆସୋସିଏସନ ସଭାପତି ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ