କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କର ଜନ୍ମବାର୍ଷିକୀ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ରାଷ୍ଟ୍ରନାୟକ ତଥା କମ୍ପ୍ୟୁଟର ବିପ୍ଲବର ଜନ୍ମଦାତାଙ୍କ ଉଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଧୁନିକ ଭାରତର ନିର୍ମାଣରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଉଦଘାଟନ କରି ରାଜୀବଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରକ୍ତଦାତା ଯୁବବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୫୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ଓ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା ପରିଚାଳନା କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଆକବର ଅଲ୍ଲୀ, ସମ୍ବିତ ଶ୍ରୀଚନ୍ଦନ, ଜ୍ୟୋତିରଞ୍ଜନ ପ୍ରଧାନ, ନାରାୟଣ ଚନ୍ଦ୍ର ପରିଡା, ଶରତ ବେହୁରା, ମୁକ୍ତାର ଖାଁ, ସିଦ୍ଧାର୍ଥ ଜେନା, ସୁଜୟ ଦାସ, କମଳାକାନ୍ତ ବେହେରା, ଗଣେଶ ମେକାପ, ଆଶିଷ ମେକାପ, ଫକିର ଚରଣ ଖଟୁଆ, ସର୍ବେଶ୍ୱର ସେଠୀ, ଗୋକୁଳି ବେହେରା, ହିମାଂଶୁ ବେହେରା, ଦେବବ୍ରତ ତ୍ରିପାଠୀ, ଗୋପାଳକୃଷ୍ଣ ଜେନା, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଲକ୍ଷ୍ମୀଧର ପଲାଇ, ପରଭେଜ ଅକ୍ତର, ଅମିର ଅହମ୍ମଦ, ଦୟାନିଧି ପରିଡା, ଅଭିଷେକ ବିଶ୍ୱାଳ, ଅଜିତ ମହାପାତ୍ର, ସୁଶାନ୍ତ ପ୍ରଧାନ, ଚନ୍ଦନ ଦାସ, ଜ୍ଞାନରଞ୍ଜନ ସାହୁ, ରଜନୀକାନ୍ତ ନାୟକ, ସନ୍ତୋଷ ପାଣିଗ୍ରାହୀ, ଅବଧୂତ ରାଉତ, ଅନ୍ନପୂର୍ଣ୍ଣା ଦାସ, ଅନନ୍ତ ସ୍ୱାଇଁ, ରମେଶ ବାରିକ, ଅକ୍ଷୟ ଥାଟୋଇ, ହରିଶ ଚନ୍ଦ୍ର ମଲ୍ଲିକ, ଅଲେଖ ସେଠୀ, ଝରଣା ପଣ୍ଡା, ବିଶ୍ୱଜିତ ବେଉରା, ପ୍ରସନ୍ନ କୁମାର ରାଉତ, ଅଭିରାମ ପୃଷ୍ଟି, ଯଯାତି ଦାସ, ପ୍ରଫୁଲ୍ଲ ସାହୁ, ବିଭୂତି ଦାସ ପ୍ରମୁଖ ରକ୍ତଦାନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ