ପଞ୍ଚାୟତକୁ ମିଳୁନାହିଁ ବ୍ୟବସାୟ ଗୃହ ଭଡା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ସଦର ଦକ୍ଷିଣବାଡ ପଞ୍ଚାୟତ ଅଧିନରେ ଥିବା ମାର୍କେଟ କମ୍ପେ୍ଲକ୍ସ ଭଡା ମିଳୁନଥିବାରୁ କେତେକାଂଶରେ ଉନ୍ନୟନମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ସରପଞ୍ଚ ବିଜୟଶଙ୍କର ମହାନ୍ତି ଅଭିଯୋଗ କରିଛନ୍ତି । ଥାନା ଛକ ଓ ବ୍ଲକ ଛକ ଠାରେ ଥିବା ପଞ୍ଚାୟତ ଅଧିନ ମାର୍କେଟ କମ୍ପେ୍ଲକ୍ସର ୧୦ଗୋଟି ଗୃହକୁ ସାତଜଣ ଲୋକଙ୍କ ନାମରେ ଦିଆଯାଇଛି । ସେମାନେ ଦୀର୍ଘବର୍ଷ ହେବ ପଞ୍ଚାୟତ ଠାରୁ ବ୍ୟବସାୟ ଗୃହ ପାଇଁ ଚୁକ୍ତି କରିଥିଲେ ସୁଦ୍ଧା ଭଡା ବାବଦରେ ଏଯାଏଁ ୨ଲକ୍ଷ୪୩ହଜାର୧୦୦ଟଙ୍କା ପ୍ରଦାନ କରାଯାଇନଥିବା ଜଣାଯାଇଛି । ଏହା ଦ୍ୱାରା ପଞ୍ଚାୟତର ନିଜସ୍ୱ ଆୟ କମୁଥିବାବେଳେ କରୋନା ମହାମାରୀ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ସାତଦିନ ମଧ୍ୟରେ ବକେୟା ଅର୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ପୈଠ କରାନଗଲେ ସେମାନଙ୍କ ଚୁକ୍ତିନାମାକୁ ରଦ୍ଦ କରାଯିବ ବୋଲି ଆଜି ସରପଞ୍ଚ ଶ୍ରୀ ମହାନ୍ତି ଜଣାଇଛନ୍ତି । ଏନେଇ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ