ନୂତନ ଟ୍ରାନ୍ସଫରମର ପାଇଁ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ଗ୍ରାମ ଧଳସାହି ବାସୀ ଏବେ ବିଦ୍ୟୁତ ବ୍ୟବସ୍ଥା ଯୋଗୁ ହନ୍ତସନ୍ତ ହେଉଛନ୍ତି । ଗ୍ରାମରେ ଥିବା ପୁରୁଣା ଟ୍ରାନ୍ସଫରମର ଯୋଗୁ ଲୋକେ ଅନେକ ସମୟରେ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଛନ୍ତି । ଟ୍ରାନ୍ସଫରମରଟି ବାରମ୍ବାର ଖରାପ ହେଉଥିବାବେଳେ ଏଥିପାଇଁ ଗ୍ରାମବାସୀ ଚାନ୍ଦା ଆଦାୟ କରି ଏହାକୁ ମରାମତି କରୁଛନ୍ତି । ଏହା ସତ୍ତ୍ୱେ ପୁରୁଣା ଟ୍ରାନ୍ସଫରମର ବାରମ୍ବାର ଖରାପ ହେଉଥିବା ଆଜି ଗ୍ରାମର ସଂଜୟ ଧଳ, ସୁରେନ୍ଦ୍ର ସ୍ୱାଇଁ, କମଳାକାନ୍ତ ଧଳ, ସୁବାଷ ସ୍ୱାଇଁ, ଶିବ କବି, ଆନନ୍ଦ ସ୍ୱାଇଁ, ଅଭୟ ପଲାଇ ପ୍ରମୁଖ ୨୦ରୁ ଅଧିକ ଉପଭୋକ୍ତା ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି ନୂତନ ଟ୍ରାନ୍ସଫରମର ପାଇଁ ଦାବି କରିଛନ୍ତି । ପ୍ରାୟ ପ୍ରତ୍ୟେକ ଉପଭୋକ୍ତା ମାସକୁ ମାସ ବିଦ୍ୟୁତ ବିଲ ପୈଠ କରୁଥିବା ବେଳେ ପୁରୁଣା ଟ୍ରାନ୍ସଫରମର ଯୋଗୁ ସେମାନେ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଧଳସାହି ବାସିନ୍ଦାଙ୍କୁ ତୁରନ୍ତ ନୂତନ ଟ୍ରାନ୍ସଫରମର ଯୋଗାଇଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ