ନୂତନ ଜିଲ୍ଲାପାଳଙ୍କ ସରସଦା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ବିଦ୍ୟାଳୟ ଠାରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟକ୍ରମକୁ ଆଜି ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ପରିଦର୍ଶନ କରିଛନ୍ତି । ମଡେଲ ସ୍କୁଲ ଭାବେ ଏଠାରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନ ଗବେଷଣା କେନ୍ଦ୍ର, ବିଦ୍ୟାଳୟ ସଂଯୋଗୀକରଣ ସହିତ ବଗିଚା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରୂପାନ୍ତରଣ କାର୍ଯ୍ୟ ପ୍ରାୟ ୫୦ଭାଗ ସରିଥିବାବେଳେ ସେପ୍ଟେମ୍ବର ୧୮ତାରିଖ ସୁଦ୍ଧା କାମ ସାରିବାକୁ ଜିଲ୍ଲାପାଳ ଆଜି କାର୍ଯ୍ୟ କ୍ଷେତ୍ର ତଦାରଖ ବେଳେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟତଦାରଖ ବେଳେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ବିଡିଓ ଦେବଦତ୍ତ ଦାସ, ଡିଆରଡିଏ ନିର୍ବାହୀ ଯନ୍ତ୍ରୀ ରତିକାନ୍ତ ମହାନ୍ତ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସ, କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାଛଡା ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଦାଧର ଜେନା, ପ୍ରିତସରଞ୍ଜନ ନାୟକ, ଅକ୍ଷୟ କୁମାର ଜେନା, ଶଶିଭୂଷଣ ଜେନା, ଅବିନାଶ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ଭଲମନ୍ଦ ସମ୍ପର୍କରେ ଅବଗତ କରିଥିଲେ । ଏଠାରେ ସୂଚିତ ମୋ ସ୍କୁଲ ଅଭିଯାନ ଜରିଆରେ ୩୦ଲକ୍ଷ, ପଞ୍ଚାୟତ ସମିତିରୁ ୧୫ଲକ୍ଷ ଓ ବାକି ଏନଆରଇଜିଏସ ମାଧ୍ୟମରେ ମଡେଲ ସ୍କୁଲ ପାଇଁ ସରସଦା ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ