ବ୍ରହ୍ମପୁରରେ ବଢ଼ୁଛି ଲୁଟ୍ ଘଟଣା, ଡିକିଭାଙ୍ଗି ୪ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରେ ଗତ କିଛି ଦିନ ହେଲା ଚୋରି ଓ ଲୁଟ ଘଟଣା ପୋଲିସ ପାଇଁ ମୁଣ୍ଡ ବିନ୍ଧାର ବିଷୟ ପାଲଟିଛି । କିଛି ଦିନ ତଳେ ଆସିକା ରୋଡରେ ଏଟିଏମ୍ ଭ୍ୟାନ୍ ଅପହରଣ ହେବା ପରେ ୨୪ ଲକ୍ଷ ଲୁଟ୍ ହୋଇଥିଲା , ପୁଣି ଗତକାଲି ଠିକ୍ ସେହି ସ୍ଥାନରେ ଏକ୍ସିିସ ବ୍ୟାଙ୍କ ସମ୍ମୁଖରୁ ଏକ ସ୍କୁଟି ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଅବସରପ୍ରାପ୍ତ ଟେଲିକମ୍‌ କର୍ମଚାରୀ ତଥା ଧାନମେରା ସାହିର ବାବୁ ରାଓ ଘଡେଇ ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ନଂ ଓଡି୦୭ ଆର୍‌-୦୬୭୭ର ଡିକିରେ ରଖି ଆସ୍କା ରୋଡ ଯାଇଥିଲେ । ସେଠାରେ ଏକ୍ସିସ ବ୍ୟାଙ୍କ ସମ୍ମୁଖରେ ଗାଡିକୁ ରଖି କୌଣିସ ଏକ କାମରେ ବାବୁ ରାଓ ଯାଇଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କ ଗାଡିର ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଏନେଇ ବାବୁ ରାଓ ପୋଲିସରେ ଅଭିଯୋଗ କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତ। ତେବେ ଏଟିଏମ୍ ଭ୍ୟାନ ଅପହରଣ ଘଟଣାର ପର୍ଦ୍ଦାଫାସ ପୋଲିସ କରିଥିବା ବେଳେ, ଏବେ ବ୍ରହ୍ମପୁରରେ ଲୁଟ ମାମଲା ବୃଧି ପାଇବାରେ ଲାଗିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ