ଆଇଓସିଏଲ ପକ୍ଷରୁ ଆପାତକାଳୀନ ନିରାପତ୍ତା ମକଡ୍ରିଲ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ ହିଡିଗାଁସ୍ଥିତ ଆଇଓସିଏଲ (ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ) ର ପାରାଦ୍ୱୀପ-ହଳଦିଆ-ବାରୁଣୀ ପାଇପ ଲାଇନ କାରଖାନା ପ୍ରାଙ୍ଗଣରେ ଆପାତକାଳୀନ ନିରାପତ୍ତା ସମ୍ପର୍କିତ ମକଡ୍ରିଲ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ଭାବେ ଯେତେବେଳେ ତେଲ ପାଇପ ଲାଇନରେ ଅଗ୍ନିକାଣ୍ଡ ଭଳି ଦୁର୍ଘଟଣା ଘଟିଲେ, ତତକ୍ଷଣାତ ଏହାକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଏହି ମକଡ୍ରିଲ ଆୟୋଜିତ ହୋଇଥିଲା । ଏଥିରେ ଏନଡିଆରଏଫ, ଅଗ୍ନିଶମ ଏବଂ ଆଇଓସିଏଲ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତା ଓ ସମସ୍ତ ଶ୍ରମିକ ଅଂଶଗ୍ରହଣ କରିଥିଲେ । ଆଇଓସିଏଲ (ପିଏଚବିପିଏଲ)ର ଅପରେସନ ମୁଖ୍ୟ ମହେନ୍ଦ୍ର କୁମାର ସାହୁ ଅଗ୍ନିକାଣ୍ଡ ସମୟରେ ଧନଜୀବନ ସୁରକ୍ଷାର ବିଭିନ୍ନ ଦିଗ ଓ ରକ୍ଷା କରିବାର କୌଶଳ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ଶାନ୍ତନୁ ଲେଙ୍କା, ଏନଡିଆରଏଫ ଇନସ୍ପେକ୍ଟର ମନୋରଞ୍ଜନ ମହାନ୍ତି ଏବଂ ‘ପିଏଚବିପିଏଲ’ର କର୍ମକର୍ତ୍ତମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ । ଜିଲା ପ୍ରଶାସନ ତରଫରୁ ଓସଡାମା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ ଏହି କାର୍ଯ୍ୟକ୍ରମର ଯୋଗଦେଇ ଆପାତକାଳୀନ ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ