ଆଚ୍ଛା ସଙ୍ଗଠନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ଅସ୍ଥାୟୀ ବିଶ୍ରାମଗାର ସହ ରାସ୍ତା ନିର୍ମାଣ

◆ ଯାତ୍ରୀଙ୍କ ପାଇଁ ସୁବିଧା କେବେ ଯୋଗାଇବ ପ୍ରଶାସନ ବୋଲି ପ୍ରଶ୍ନ କରିଛି ଆଚ୍ଛା ସଙ୍ଗଠନ 

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ନିକଟସ୍ଥ ରୁପ୍ସା ବସ୍ ଷ୍ଟାଣ୍ଡକୁ ଶତାଧିକ ଯାତ୍ରୀ ନିର୍ଭର କରନ୍ତି । ଏହି ବସ୍ ଷ୍ଟାଣ୍ଡଠାରୁ ୫୦ମିଟର ଦୂରରେ ନୀଳମଣି ମହାବିଦ୍ୟାଳୟ, ୧କି.ମି. ଦୂରରେ ରୁପ୍ସା ଚିକିତ୍ସାଳୟ ଏବଂ ରୁପ୍ସା ରେଲୱେ ଷ୍ଟେସନ ଅବସ୍ଥିତ । ଏଣୁ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ରୋଗୀ ଏବଂ ବହୁ ଯାତ୍ରୀ ବସ୍ ଯୋଗେ ଖରା, ବର୍ଷା, ଶୀତ କାକର ସମୟରେ ମଧ୍ୟ ଏଠାକୁ ଯାତାୟତ କରନ୍ତି ମାତ୍ର ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଏହି ବସ୍ ଷ୍ଟାଣ୍ଡ ନିକଟରେ କୌଣସି ବିଶ୍ରାମଗାରର ବ୍ୟବସ୍ଥା କରାଯାଇ ନଥିବା ବେଳେ ଏହାର ପାଖାପାଖି ରାସ୍ତା ମଧ୍ୟ ଖାଲଖମା ହୋଇଥିବା ଯୋଗୁଁ ଧୂଳି ଏବଂ ପାଣି ଜମିରହି ପରିବେଶକୁ ଦୂଷିତ କରିଥାଏ । କିଛିଦିନ ତଳେ ଆଚ୍ଛା ସଂଗଠନର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ର ଏବଂ ଆଚ୍ଛା ସଂଗଠନର ସଦସ୍ୟ ମାନଙ୍କ ଦୃଷ୍ଟିରେ ରାସ୍ତାର ମୁର୍ମୁଶ ଅବସ୍ଥା ନଜରକୁ ଆସିବା ପରେ ଅଗଷ୍ଟ ୧୩ରିଖ ଦିନ ଆଚ୍ଛା ସଂଗଠନ ପ୍ରଚେଷ୍ଟା ବଳରେ ରାସ୍ତାର ଏକ ପାର୍ଶ୍ୱ ମରାମତି କରାଯାଇଥିଲା । ସରକାରଙ୍କ ତରଫରୁ ଏଥିପ୍ରତି ଦୃଷ୍ଟି ନ ଦିଆଯିବାରୁ ଆଚ୍ଛା ସଂଗଠନର ସମସ୍ତ ସଦସ୍ୟ ମିଶି ରାସ୍ତାର ଅନ୍ୟ ପାର୍ଶ୍ୱ ଏବଂ ଅସ୍ଥାୟୀ ବିଶ୍ରାମଗାର ପୁନରୁଦ୍ଧାର କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଣୟ ମହାପାତ୍ର, ତପନ କୁମାର ବର୍‌, ଭବାନୀ ଶଙ୍କର ଆଢ୍ୟ, ଚନ୍ଦନ ଗିରି, ସଞ୍ଜୀବ କୁମାର ବେହେରା, ବିଦ୍ୟାଧର ନାୟକ, ଅଶ୍ଵିନୀ ବେହେରା, ନରହରି ବର୍, ଅଶ୍ଵିନୀ ପ୍ରଧାନ, ମଧୁସ୍ମିତା ଦଳାଇ ଓ ସସ୍ମିତା ଦଳାଇ ପ୍ରଭୃତି ଉପସ୍ଥିତ ରହି ନିର୍ମାଣ କାର୍ଯ୍ୟ କରିଥିଲେ । ଆଚ୍ଛା ସଙ୍ଗଠନର ଏହିଭଳି ପଦକ୍ଷେପକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି । ଏବେ ବାକି ରହିଲା ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ