ଗ୍ରାମୀଣ ପାର୍କ ନିର୍ମାଣରେ ବିଳମ୍ବ : କାର୍ଯ୍ୟଶେଷ କରିବାକୁ ଦାବି
ନିମାପଡା( ସନ୍ତୋଷ ଦାଶ ) : ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ଛଣିଜଙ୍ଗ ପଂଚାୟତ ପକ୍ଷରୁ ଏକ ଗ୍ରାମୀଣ ପାର୍କ ନିର୍ମାଣ ଗତ ମାର୍ଚ୍ଚ ମାସ ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏ ଯାବତ ଶେଷ ହୋଇପାରିନାହିଁ l ଏଣୁ ପଂଚାୟତବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଗ୍ରାମାଞ୍ଚଳ ର ଶିଶୁ, କିଶୋର ମାନଙ୍କ ଆମୋଦ ପ୍ରମୋଦ ପାଇଁ ରାଜ୍ୟ ସରକାର ପ୍ରତି ପଂଚାୟତ ରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଅନୁଦାନ ଯୋଗାଇଦେଇଛନ୍ତି l ଏହି ପାର୍କ ରେ ପିଲା ଙ୍କ ଖେଳିବାପାଇଁ ନlନା ପ୍ରକାର ବ୍ୟବସ୍ଥା କରାଯାଉଥିବାବେଳେ ପାର୍କ ଭିତରେ ଓ ବାହାରେ ପଶୁପକ୍ଷୀ ଙ୍କ ଚିତ୍ର ଅଙ୍କନ କରାଯିବାର ସ୍ଥିର ହୋଇଛି l ପାର୍କ ରେ ଜଗିଂ ଟ୍ରାକ ନିର୍ମାଣ କରାଯିବାକୁ ନିୟମ ରହିଛି l ନିମାପଡା ବ୍ଲକ ର ବିଭିନ୍ନ ପଂଚାୟତ ରେ ଗ୍ରାମୀଣ ପାର୍କ ନିର୍ମାଣ ଶେଷ ହୋଇ ଉଦଘାଟନ ହେବାକୁ ପ୍ରସ୍ତୁତ ହୋଇଥିବାବେଳେ ଛଣିଜଙ୍ଗ ପଂଚାୟତ ରେ ଏହା ଅଧାପନ୍ତରିଆ ହୋଇ ପଡ଼ିରହିଛି l ତୁରନ୍ତ ଏହି ଗ୍ରାମୀଣ ପାର୍କ ନିର୍ମାଣ ଶେଷ କରିବାକୁ ପଂଚାୟତବାସୀ ପୁରୀ ଜିଲ୍ଲାପାଳ ଓ ନିମାପଡା ବିଡ଼ିଓ ଙ୍କ ନିକଟରେ ଦାବି କରିଛନ୍ତି l