ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଶାଖା ପୋଷ୍ଟ ଅଫିସ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବେଗନା ପୋଷ୍ଟ ଅଫିସ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଦେଖିବାକୁ ମିଳିଛି । ଏହି ଅଫିସ ଭଡା ଘରେ ଚାଲୁଥିବା ବେଳେ ବିଜୁଳି ବ୍ୟବସ୍ଥା ନଥିବାରୁ ସାଧାରଣଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ପ୍ରାୟ ୧୯୬୧ ମସିହାରେ ଏହି ପୋଷ୍ଟ ଅଫିସ ଖୋଲା ଯାଇଥିଲା । ଚାଳଛପର ଘରେ ଏହି ଅଫିସ ଦୀର୍ଘ ବର୍ଷ ହେବ ଚାଲୁଥିଲା । ପରେ ଗତ କିଛି ମାସ ହେବ ଏହା ଏକ ଆଜବେଷ୍ଟସ୍ ଘରକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ ବିଜୁଳି ବ୍ୟବସ୍ଥା ନାହିଁ । ଫଳରେ କର୍ମଚାରୀ ଠାରୁ ସାଧାରଣ ଗ୍ରାହକ ମାନେ ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି । ଏପରିକି ଅନ୍‌ଲାଇନ୍ କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ । ଏହି ପୋଷ୍ଟ ଅଫିସ ଉପରେ ପ୍ରାୟ ୧୧ଟି ଗ୍ରାମର ୪ ହଜାର ଲୋକ ନିର୍ଭର କରିଥାନ୍ତି । କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ପୋଷ୍ଟ ଅଫିସ ସ୍ଥାପନ କରିଥିବା ବେଳେ ଅଫିସ ପରିଚାଳନା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଉନଥିବାରୁ ବହୁ ସମସ୍ୟା ପରିଲକ୍ଷିତ ହେଉଛି । ତେବେ ଉପରୋକ୍ତ ଶାଖା ପୋଷ୍ଟ ଅଫିସର ଉନ୍ନତିକରଣ ପାଇଁ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ