ଖରସ୍ରୋତା ବିବାଦରେ ଭିତରକନିକାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ପ୍ରଶାସନକୁ ଚେତାଇଲା ଓଡିଶା ଜନସେବା ସଂଗଠନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ଜନସେବା ସଂଗଠନ ପକ୍ଷରୁ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ରାଜେନ୍ଦ୍ର ଆଚାର୍ଯ୍ୟଙ୍କୁ ଖରସ୍ରୋତା ନଦୀରେ ପ୍ରସ୍ଥାବିତ ପ୍ରକଳ୍ପ ଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା କ୍ଷତିଗ୍ରସ୍ଥ ହେଉଥିବା ଦର୍ଶାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୁର୍ବରୁ ସେ ସମ୍ପର୍କରେ ପରିବେଶବିତ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରାଯିବା ସହ କେନ୍ଦ୍ରାପଡାର ଗର୍ବ, ଗୌରବ ଓ ପରିଚୟ ଭିତରକନିକା ଜାତୀୟ ଉଦ୍ୟାନର ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ମଧ୍ୟ ଅନୁରୋଧ କରିଥିଲେ । ଭଦ୍ରକ ଜିଲ୍ଲାରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାହିତ ନଦୀର ଜଳ (ଯାହାକି ଭିତରକନିକା ଜାତୀୟ ଉଦ୍ୟାନକୁ ଜଳ ଯୋଗାଣର ଏକ ବଡ ଉତ୍ସ)କୁ ନେବାପାଇଁ ଯେଉଁ ଯୋଜନା କରାଯାଇଛି ତାହା ଭିତରକନିକାର ଜୀବଜଗତ ଏବଂ ପରିବେଶ ଉପରେ କୁପ୍ରଭାବ ପକାଇବା ନେଇ ପରିବେଶବୀତ ଏବଂ ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକଟ କରୁଛନ୍ତି । ତାହାର ମୁଖ୍ୟ କାରଣ ହେଉଛି ଖରସ୍ରୋତା ଏବଂ ଏହାର ମୂଳ ଉତ୍ସ ବ୍ରାହ୍ମଣୀ ନଦୀ କ୍ରମେ ପୋତି ହୋଇ ଯାଉଥିବାରୁ ତାହାର ଜଳ ଧାରଣ କ୍ଷମତା ସଂକୁଚିତ ହେବାରେ ଲାଗିଛି । ତେଣୁ ପ୍ରକଳ୍ପ ହେବାଦ୍ୱାରା ଭିତରକନିକାକୁ ଜଳ ପ୍ରବାହ କମିବା ସହିତ ତଳମୁଣ୍ଡ ଶୁଷ୍କ ହେବ ଓ ଶୁଷ୍କ ନଦୀ ଗର୍ଭକୁ ପୂରଣ କରିବା ପାଇଁ ସମୁଦ୍ରର ଲୁଣିପାଣି ମାଡି ଆସିବାର ଭୟ ମଧ୍ୟ ରହିବ । ଯାହାର କୁ ପ୍ରଭାବ କୃଷି ଉପରେ ପଡିବ କାରଣ ଏହି ଲୁଣିପାଣିକୁ ଚାଷ ଜମିରେ ବ୍ୟବହାର କରାଯାଇପାରିବ ନାହିଁ । ତତସହିତ ଜଳ ପ୍ରବାହ କମିଲେ ଏହା ଭିତରକନିକାର ଜୀବଜଗତ ଓ ପରିବେଶକୁ ବିଶେଷ ଭାବରେ ପ୍ରଭାବିତ କରିବ । ଭିତରକନିକାକୁ ସମୃଦ୍ଧ କରୁଥିବା ନଦୀ ଗୁଡିକର ସ୍ୱାଭାବିକ ଜଳସ୍ରୋତ ତଳ ମୁଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ପହଞ୍ôଚବା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣଷି ବ୍ୟବସ୍ଥ୍ରା ମଧ୍ୟ କରାଯାଇନାହିଁ । ଏଣୁ ସଠିକ ମାତ୍ରାରେ ମଧୁରଜଳ ନ ପହଞ୍ôଚଲେ ସେଠାରେ ଆଦ୍ରଭୂମି ରହିବ ନାହିଁ କିମ୍ବା ହେନ୍ତାଳ ଜଙ୍ଗଲ ମଧ୍ୟ ରହିବ ନାହିଁ । ଜଙ୍ଗଲ ନରହିଲେ ଏହା ଉପରେ ନିର୍ଭର କରୁଥିବା ଜୀବଜନ୍ତୁ, ସରିସୃପ ଇତ୍ୟାଦି ରହିବେ ନାହିଁ । କାଳକ୍ରମେ ଏହା ବିଧ୍ୱସ୍ତ ଜଙ୍ଗଲରେ ପରିଣତ ହେବାର ଆଶଙ୍କା ସୃଷ୍ଟି କରିଛି ବୋଲି ସଭାପତି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ତେଣୁ ଏ ସମ୍ପର୍କରେ ପରିବେଶବିତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସମୁହ ଆଲୋଚନା କରି ସେମାନଙ୍କ ମତାମତ ଗ୍ରହଣ କରିବା ସହିତ ଭିତରକନିକା ଅଭୟାରଣ୍ୟ ଓ ସେଠାକାର ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି । ଭିତରକନିକା ଅଭୟାରଣ୍ୟ ଓ ପରିବେଶ ସୁରକ୍ଷା ସହ କୌଣଷି ସାଲିସକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଗଠନର ଉପଦେଷ୍ଟା ମେଜର ଭରତ ଚନ୍ଦ୍ର ଜେନା, ବିକାଶ ସ୍ୱାଇଁ, ଧିରେନ୍ଦ୍ର ଶତପଥୀ, କେଶବ ମିଶ୍ର, ଜ୍ଞାନରଞ୍ଜନ ଦାସ ଓ ସନ୍ଦିପ ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରି ପ୍ରଶାସନକୁ ଚେତାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ