କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା

କୋଦଳା, (ଗୁଲସନ କୁମାର କର): ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ସ୍ଥାନୀୟ ବଡଦାଣ୍ଡ ସାହିର ରମେଶ ବାଡତ୍ୟାଙ୍କ ଘର ବାଡ଼ିପଟ କବାଟକୁ ଭାଙ୍ଗି ଘରେ ପଶି,ଘରେ ଥିବା ଏକ ଆଲମିରା ଭାଙ୍ଗି ସେଥିରେ ଥିବା ୪୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ସେଥିରେ ଥିବା ନଗତ ୨୦ ହଜାର ଟଙ୍କା ଲୁଟି ନେବା ସହ ଘରେ ଶୋଇଥିବା ରମେଶଙ୍କ ବୋହୁଙ୍କ ବେକରୁ ଏକ ମଙ୍ଗଳ ସୂତ୍ରକୁ ମଧ୍ୟ କାଟି ନେଇ ଚମ୍ପଟ ମାରିଥିଲେ | ରାତି ପ୍ରାୟ ଦୁଇଟା ସମୟରେ ରମେଶଙ୍କ ନିଦାଭାଙ୍ଗିବା ପରେ ବାଡ଼ିପଟ ସବୁ କବାଟ ଖୋଲା ଥିବା ଓ ଆଲମିରାର ସବୁ ସାମାନ ବିଛେଇ ହୋଇ ପଡିଥିବା ଦେଖି ପାଟି କରିଥିଲେ | ଏଥିରେ ଘରର ଲୋକେ ଉଠି ବାଡ଼ିପଟକୁ ଯାଇ ଖୋଜାଖୋଜି କରିଥିଲେ ସେତେବେଳକୁ ଚୋର ଚମ୍ପଟ ମାରିଥିଲେ |ଆଜି ସକାଳେ ରମେଶ ଯାଇ କୋଦଳା ଥାନାରେ ଏତଲା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ