ଆମେରିକାକୁ ବିପଦ : ଆଫଗାନିସ୍ତାନକୁ ଫେରିଲା ଓସାମା ବିନ୍ ଲାଡେନର ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନୀମାନେ ଅକ୍ତିଆର କରିବା ପରେ ଏବେ ତାହା ଆତଙ୍କବାଦୀଙ୍କ ପାଇଁ ଅଭେଦ୍ୟ ଗଡ଼ ପାଲଟିଛି । ଏହା ମଧ୍ୟରେ ଆଉ ଜଣେ କୁଖ୍ୟାତ ଆତଙ୍କବାଦୀ ତଥା ଆମେରିକାକୁ ବ୍ୟତିବ୍ୟସ୍ତ କରିଦେଇଥିବା ଓସାମାବିନ ଲାଦେନର ପୂର୍ବତନ ସହଯୋଗୀ ଅମିନ ଉଲ୍‌ହକ୍ ଆଫଗାନିସ୍ତାନକୁ ଫେରିଛି । କ୍ଷମତାକୁ ଆସିବା ପରେ ତାଲିବାନ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କୁ ବାହାର କରିଥିବା ବେଳେ ଏବେ ଆଫଗାନିସ୍ତାନକୁ ଫେରୁଛନ୍ତି ବଡ଼ ବଡ଼ ଆତଙ୍କବାଦୀ। ଆଫଗାନିସ୍ତାନ ଅଲ-କାଏଦାର ପ୍ରମୁଖ ନେତା ଅମିନ-ଉଲ-ହକ ଏବେ ନାଙ୍ଗରହାର ପ୍ରଦେଶକୁ ଫେରିଥିବା ଜଣାପଡ଼ିଛି। ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକାର ସୈନ୍ୟବାହିନୀ ଦ୍ୱାରା ନିହତ ହୋଇଥିବା ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନଙ୍କର ଅମିନ-ଉଲ-ହକ ଜଣେ ଘନିଷ୍ଠ ସହଯୋଗୀ ଥିଲା। ଅମିନ-ଉଲ-ହକ ଟୋରା ବୋରାରେ ଓସାମା ବିନ୍ ଲାଡେନର ସୁରକ୍ଷା ଦାୟିତ୍ୱରେ ଥିଲେ ଏବଂ ୮୦ ଦଶକରେ ଯେତେବେଳେ ସେ ମକତବା ଅଖିଦମତରେ ଅବଦୁଲ୍ଲା ଅଜ୍ଜମଙ୍କ ସହ କାମ କରିଥିଲେ ସେତେବେଳେ ସେ ଓସାମା ବିନ୍ ଲାଡେନଙ୍କ ନିକଟତର ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ