ବୀମା ସପ୍ତାହ ଉପଲକ୍ଷେ ବୃକ୍ଷ ରୋପଣ
ଛତ୍ରପୁର, (ଦେବଦତ୍ତ ମହାରଣା ): ଭାରତୀୟ ଜୀବନ ବୀମା ନିଗମ ଛତ୍ରପୁର ଶାଖା ପକ୍ଷରୁ 65 ତମ ବାର୍ଷିକୀ ଓ ବିମା ସପ୍ତାହ ପାଳନ କରାଯାଉଛି,ଏହି ଅବସରରେ ଶାଖା ତରଫରୁ ଗଞ୍ଜାମ ବ୍ଲକ ପୁରୁଣା ବନ୍ଧ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବରିଷ୍ଠଶାଖା ପ୍ରବନ୍ଧକ ଶ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା, ଏହିଅବସରେ ଗ୍ରାମ ବାସୀଙ୍କୁ ଜୀବନବୀମାର ଉପକରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରୀ, କେ ହରିହର ରାଓ, ପ୍ରଶାନ୍ତ କୁମାର ତ୍ରିପାଠୀ,ଉଚ୍ଚ ତମ ସହାୟକ ରବୀନ୍ଦ୍ର କୁମାର ବେହେରା, ସହାୟକ ରବି କୁମାର ପଣ୍ଡା,ଉନ୍ନୟନ ଅଧିକାରୀ,ଶରତ କୁମାର ସାହୁ, ଅଭିକର୍ତା ବିନାୟକ ପଣ୍ଡା, ଦୁଷ୍ମନ୍ତ ବାରିକ, ରବୀନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ବେହେରା ,ପୂର୍ଣ ଚନ୍ଦ୍ର ବେହେରା ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।