ଜାତି ଭିତ୍ତିକ ସହ ଓବିସି ସମ୍ପ୍ରଦାୟର ଜନଗଣନା କରିବା ଦାବିରେ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା ): ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ‘ଜନଗଣନା ୨୦୨୧’ରେ (ଓବିସି) ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତି ଭିତ୍ତିକ କନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ଶନିବାର ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭାରତରପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପର୍ଶୁରାମ ଗୈାଡଙ୍କ ନେତୃତ୍ୱରେ ସମାଜର କର୍ମକର୍ତ୍ତା ମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଲିଖିତ ସ୍ମାରକ ପ୍ରଦାନ କରାଯାଇଛି । ଗୋପାଳ ଜାତି ସମଗ୍ର ବୃହତ୍ତମ ଜାତି ଯାହା ମୂଳତଃ ସମଗ୍ର ଭାରତବର୍ଷରେ ବହୁସଂଖ୍ୟାରେ ରହିଅଛନ୍ତି । ଆଭ୍ୟନ୍ତରୀୟ ଗଣନା ଅନୁଯାୟୀ ସଂଖ୍ୟା ୨୨କୋଟି ଏବଂ ମଣ୍ଡଳ ଆୟୋଗ ଅନୁଯାୟୀ ଓ.ବି.ସି ସଂଖ୍ୟା ୫୨ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହାର କୈାଣସି ପ୍ରମାଣ ଭିତ୍ତକ ତଥ୍ୟାବଳୀ ସରକାରୀ ଦପ୍ତରରେ ଆନୁଷ୍ଠାନିକ ଭାବେ ଉପଲବ୍ଧ ନାହିଁ । ୨୦୧୮ ମସିହାରେ ଗୃହମନ୍ତ୍ରୀ ଜାତିଭିତ୍ତିକ ଜନଗଣନା କରିବାକୁ ସଂସଦରେ ଘୋଷଣା କରିଥିଲେ ।ଏପ୍ରିଲ ୨୦୨୧ରେ ପଛୁଆ ବର୍ଗ ପାଇଁ ଜାତୀୟ ଆୟୋଗମଧ୍ୟ କେନ୍ଦ୍ର ସରକାରଙ୍କୁ ଜନଗଣନାରେ ଓ.ବି.ସି ସମ୍ପ୍ରଦାୟ ଏବଂ ଜାତିଭିତ୍ତିକ ଜନ ଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଜୁଲାଇ ୨୦୨୧ରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓ.ବି.ସି ର ଜାତି ଭିତ୍ତିକ ଜନଗଣନା ନ କରିବାକୁ ଘୋଷଣା କରିଥିଲେ । ଯେଉଁଥିପାଇଁ କେବଳ ଗୋପାଳ ଜାତି ନୁହେଁ, ବରଂ ସମଗ୍ର ଓ.ବି.ସି ସମାଜ ବିଶେଷ ଆଘାତପ୍ରାପ୍ତ ଏବଂ କ୍ରୋଧିତ ମଧ୍ୟ ହୋଇଛନ୍ତି । ତେଣୁ ଜନଗଣନା ୨୦୨୧ରେ ଜାତି ଭିତ୍ତିକ ଗଣନା ସହ ଓ.ବି.ସି ସମ୍ପ୍ରଦାୟର ଜନଗଣନା କରିବାକୁ ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଦାବୀ କରାଯାଇଛି ବୋଲି ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଉପସଭାପତି ପିତାମ୍ବର ଗୈାଡ, ଗାଣ୍ଡୁଧର ଗୈାଡ , ସନ୍ତୋଷ ଗୈାଡ, ଆଦିକନ୍ଦ ଗୈାଡ, ରାମହରି ଗୈାଡ, ଗଣେଶ ମହାଙ୍କୁଡ, ତ୍ରିନାଥ ଗୈାଡ, ଲୋକନାଥ ଗୈାଡ, ଗଣପତି ଗୈାଡ, ଟୁନା ଗୈାଡ, ଜୁରିଆ ଗୈାଡ, ବିଜୟ ଗୈାଡ, ବୁଲୁ ଗୈାଡ ଓ ମନରଂଜନ ଗୈାଡ ଙ୍କ ସମେତ ବହୁ ଗୋପାଳ ସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।