ସିନ୍ଦୁରଗୌରୀ ଗ୍ରାମବାସୀଙ୍କୁ ଆବାସ ଯୋଜନା ସାତ ସପନ!, ରାଇରଙ୍ଗପୁର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତର ସିନ୍ଦୁରଗୌରୀ ଗ୍ରାମବାସୀ ସରକାରଙ୍କୁ ଭୁଲ ତ୍ରୁଟିନନୀତି ଯୋଗୁଁ ଦିର୍ଘବର୍ଷ ହେଲା ଆବାସ ଯୋଜନାରୁ ବଂଚିତ ହୋଇଥିବା ଯୋଗୁଁ ସୋମବାର ଦିନ ଶତାଧିକ ପୁରୁଷ ମହିଳା ରାଇରଙ୍ଗପୁର ବିଡିଓଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଏନଏସି କୁ ସରକାର ମ୍ୟୁନସିପାଲଟି ଘୋଷଣା କରିଥିଲେ ।ତେଣୁ ଏହାର ପରିସୀମା ବଢାଇ ପାଖ ଏନଏସିକୁ ଲାଗି ଭାଲୁବସା ପଞ୍ଚାୟତର ସିନ୍ଦୁର ଗୌରୀ ଗ୍ରାମକୁପଞ୍ଚାୟତ ତାଲିକାରୁ ବାଦ ଦେଇ ମ୍ୟୁନସିପାଲଟି ଯୋଗ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।ପରେ କୌଣସି କାରଣରୁ ମ୍ୟୁନସିପାଲଟି ତାଲିକାରୁ ବାଦ ଦିଆଯାଇଥିଲା ।ହେଲେ ପଞ୍ଚାୟତ ତାଲିକାରେ ପୁନଃ ମିଶ୍ରଣ କରାଗଲା ନାହିଁ ।ଯାହାଦ।ବାରା ସିନ୍ଦୁର ଗୌରୀ ଗ୍ରାମବାସୀ ମ୍ୟୁନସିପାଲଟିର ହେଲେ ନାହିକି ପଞ୍ଚାୟତର ହେଲେ ନାହିଁ । ଯାହାଫଳରେ ଆବାସ ଯୋଜନାରେ ପଞ୍ଚାୟତ ତରଫରୁ ସର୍ଭେ ହେଲା ନାହିଁ କି ପଲ୍ଲିସଭାରେ ଯୋଗ୍ୟ ଆବାସ ହିତାଧିକାରୀଙ୍କ ନାମ ଗଲା ନାହିଁ ।ତେଣୁ ଦିର୍ଘବର୍ଷ ହେଲା ସେମାନେ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି ।୭୦ ରୁ ଉର୍ଦ୍ଧ୍ବ ପରିବାର ବିପିଏଲ ତାଲିକା ।ଅଧିକାଂଶ ଲୋକଙ୍କ ଚାଳ ଛପର,ଖପରା ଭାଙ୍ଗି ଗଲାଣି ।ଘର ଟିକେ ବନାଇବା ପାଇଁ ଅର୍ଥ ନାହିଁ ।ଫନି ଓ ବାତ୍ୟା ସମୟରେ ଛେଳି,କୁକୁଡା,ମାଙ୍କଡା,ବୁଢାବୁଢି ଛୁଆ ପିଲା ନେଇ ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି ।ତେଣୁ ସିନ୍ଦୁର ଗୌରୀ ଗ୍ରାମବାସୀ ୪/୫ ଥର ଆସି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ଏଥିପାଇଁ ବିଡିଓ ସାଗର ମୁର୍ମୁ ଚିଠି ନଂ ୨୨୮୦,ତାରିଖ୧୯-୦୭-୨୦୨୧ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନପ୍ରକଳ୍ପ ପ୍ରଶାସିକାଙ୍କୁ ଚିଠି କରି ବସି ଯାଇଛନ୍ତି ।ସରକାରଙ୍କ ଆବାସଯୋଜନା ସାତ ସପନ ହୋଇଛି ସିନ୍ଦୁରଗୌରୀ ଗ୍ରାମବାସୀଙ୍କୁ ।ଏହାକୁ ନେଇ ଆଜି ବିଡିଓଙ୍କୁ ଦାବିପତ୍ର ଦେବାପରେ ବିଡିଓ କହିଲେ ବାରିପଦା ଯାଇ ଜିଲ୍ଲାପାଳଙ୍କୁ ଭେଟ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି ବିଡିଓଙ୍କ ଉତ୍ତରରେ ସନ୍ତୁଷ୍ଟ ଥିଲେ ଗ୍ରାମବାସୀ।ଗ୍ରାମବାସୀ କହୁଛନ୍ତି ଭୁଲ କରୁଛି ସରକାର ଏବଂ ଅସୁବିଧି ଓ ତଣ୍ଡ ସହୁଛୁ ଆମେ ! ତେଣୁ ତୁରନ୍ତ ଜିଲ୍ଲାପାଳ ହସ୍ତକ୍ଷେପ କରି ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଦେବା ପାଇଁ ଗଣମାଧ୍ୟମ ଦ
ବାରା ଗୁହାରି କରିଛନ୍ତି ।


