ଛାତ୍ରଛାତ୍ରୀଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସଚିବ ଓ ଅଧିକାରୀ ମାନଙ୍କୁ ସ୍କୁଲ କଲେଜ ବୁଲି ସରକାରଙ୍କ ଦ୍ୱାରା ପ୍ରଣୟନ ବ୍ୟବସ୍ଥା ଗୁଡିକର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ଆନନ୍ଦପନୁର ବିଧାୟକ ଭାଗିରଥି ସେଠୀ ଅଚାନକ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବା ସହିତ ବିଦ୍ୟାଳୟ ସୁପରିଚାଳନାର ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିôତଳେ । ତାଙ୍କ ସହିତ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ତଥା ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରଥ କୁମାର ସାହୁ ପ୍ରମୁଖ ଗ୍ରସ୍ଥ କରିଥିଲେ । ବିଧାୟକ ଶ୍ରୀ ସେଠୀ ଦିନ ଗୋଟାଏ ବେଳେ ସ୍କୁଲରେ ପହଞ୍ଚି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିଦ୍ୟାଳୟର ଶୌଚାଳୟ, ପାନୀଜଳ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିବା ସହିତ ପିଲାମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ । ପରେ ବିଦ୍ୟାଳୟରେ ହୋଇଥିବା ଅନିୟମିତା ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟକୁ ଆସୁଥିବା ଅନୁଦାନ ଭିନ୍ନ ଏକ ଏକାଉଣ୍ଟକୁ ପଳାଉଥିବାରୁ ବିଦ୍ୟାଳୟରେ ପୋଷାକପତ୍ର ଓ ଯୋତା ଠିକ ସମୟରେ ଦିଆଯାଉ ନଥିବା ସମ୍ପର୍କରେ ଦେଖିବାକୁ ମିଳିଥିଲା । ଏପରି ସମସ୍ୟା ଦିୀର୍ଘବର୍ଷ ହେବ ରହିଆସିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ସମସ୍ୟା ଉପୁଜୁଛି, ତେଣୁ କିପରି ଏହାର ସ୍ଥାୟୀ ସମାଧାନ ହେବ ସେନେଇ ପଦକ୍ଷେପ ନେବାକୁ ବିଧାୟକ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟରେ ୧୭୨ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଆଜି ୧୫୯ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବାରୁ ଅନ୍ୟ ପିଲାମାନେ କାହିଁକି ଆସି ନାହାନ୍ତି ଓ କଣ କଣ ପଦକ୍ଷେପ ନେଇଛ ସେ ସମ୍ପର୍କରେ ବିଇଓ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ । ବିଦ୍ୟାଳୟର କ୍ୟାସବୁକ, ବ୍ୟାଙ୍କ ଜମାଖାତା ଆଦିର ତଦାରଖ କରାଯାଇଥିଲା । କିଛି ଶିକ୍ଷକ ବିଦ୍ୟାଳୟରେ ରହି ଗାଁ ରାଜନୀତିରେ ଭାଗ ନେଉଥିବା ସମ୍ପର୍କରେ ଗାଁ ଲୋକଙ୍କ ଅଭିଯୋଗ କ୍ରମେ ବିଧାୟକ ଶିକ୍ଷକ ମାନଙ୍କୁ ଏଥିରୁ ନିବୃତ ରହିବାକୁ ତାଗିଦା କରିଥିଲେ । ଏହି ସମୟରେ ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ଅକ୍ଷୟ ବରାଳଙ୍କ ସମେତ ଗୋପାଳପୁର, ଘୋଷରାପଦା, ଚୋରଗଡିଆ ପ୍ରଭୃତି ଗାଁର ଅଭିଭାବକମାନେ ଉପସ୍ଥିତ ଥିଲେ ।


