ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ
ରାଇରଙ୍ଗପୁର , ( ଅକ୍ଷୟ ବିଶ୍ବାଳ): କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ମେଣ୍ଟାଇବା ପାଇଁ ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ କରକମଳରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପରିସରରେ ଏଲପିଏମ କାପାସିଟିର ପିଏସଏ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟର ଶନିବାର ଦିନ ଶୁଭ ଉଦଘାଟିତ ହୋଇଯାଇଛିମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଂପାଦକ ନବିନ ରାମ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢାନ ମୁର୍ମୁ,ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ,ମନୋଜ ଦାସ ,ବରୁଣ ଦେ,ସଂଜୟ ନାୟକ ଆଲୋକ ରଂଜନ ମହାନ୍ତ ପ୍ରମୁଖ ଵହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ ଅନୁଦାନରେ ପିସିଏ ପ୍ଲାଣ୍ଟ ସ୍ଥାପନ ହୋଇଥିବାବେଳେ ଜାତୀୟ ରାଜପଥ କତୃପକ୍ଷ ବିଲଡିଂ ଓ ଡିଆରଡିଓ ପକ୍ଷରୁ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ବାମନଘାଟୀ ଉପଖଣ୍ଡବାସୀଙ୍କ ବହୁ ପ୍ରତିକ୍ଷିତ ଦାବିକୁ ସରକାରଙ୍କ ପକ୍ଷରୁ ରାଇରଙ୍ଗପୁର ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ହେବା ପାଇଁ ଭିର୍ତ୍ତିପ୍ରସ୍ତରର ଶୁଭାରମ୍ଭ ହୋଇଥିଲା । ପିଏସ୍ଏ ପ୍ଲାଣ୍ଟ ସ୍ଥାପନ କରାଯିବା ବେଳେ ୧ ହଜାର ଏଲପିଏମ କାପାସିଟିର ପିଏସଏ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ସ୍ଥାପନ ଉପରେ ଟାସ୍କ ଫୋର୍ସ ଗୁରୁତ୍ୱ ଦେଇ ଶନିବାୟ ଦିନ ଏହାର ଶୁଭାରମ୍ଭ ହୋଇଯାଇଛି। ଏହାଦ୍ୱାରା ଆଇସୋଲେସନ୍ ୱାର୍ଡ ସହ ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ୱାର୍ଡ ସହ ଆଇସିୟୁ ଏବଂ ଏଚଡିୟୁ ଶଯ୍ୟାରେ ଅକ୍ସିଜେନ୍ ମିଳିପାରିବ। ଏହା ଦୀର୍ଘକାଳୀନ ଭାବେ ଅକ୍ସିଜେନ୍ ଯୋଗାଣରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ ଉପଖଣ୍ଡ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସାଗର ନାଏକ, ଉପଖଣ୍ଡ ଲୋକସମ୍ପର୍କ ଓ ସୂଚନା ଅଧିକାରୀ ବିକାଶ ରଂଜନ ମହାନ୍ତି ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।କୋଭିଡ୍ ଗାଇଡ ଲାଇନ ଅନୁପାଳନ ପୂର୍ବକ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମସ୍ତ ପାରାମେଡିଟାଲ କର୍ମଚାରୀ ,ନର୍ସ ପ୍ରମୁଖ ଉପସ୍ଥିତ ଥିଲେ ।


