ହୋଟେଲ ମାଲିକଙ୍କ ଦବଙ୍ଗଗିରି : ୫ ଟଙ୍କା ପାଇଁ ଗ୍ରାହକଙ୍କୁ ବିଚ ରାସ୍ତାରେ ନିର୍ଦ୍ଧୁମ ପିଟିଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ): ୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ପୁଅ ମିଶି ଜଣେ ଗ୍ରାହକ ଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଲେ । ଗ୍ରାହକ ଜଣଙ୍କ ଗୋଡ଼ ହାତ ଧରି ଯେତେ ନେହୁରା ହେଲେ ମଧ୍ୟ ନିଷ୍ଠୁର ବାପା ପୁଅ ଶୁଣି ନ ଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଘସିପୁରା ବଜାର ରେ । ଘସିପୁରା ଲକ୍ଷ୍ମୀ ବଜାର ରେ ଥିବା ମା ହୋଟେଲକୁ ମଧ୍ଧାହ୍ନରେ ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡାଲି ତରକାରୀ ଏବଂ ଖଟା ଖାଇଥିଲେ ସେଥିପାଇଁ ହୋଟେଲ ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ । ଜିତେନ୍ଦ୍ର ପାଖରେ ଥିବା ୪୦ ଟଙ୍କା ଦେଇ ବାକି ୫ ଟଙ୍କା ସନ୍ଧ୍ୟା ରେ ଦେବାକୁ କହିଥିଲେ । ଏଥି ନେଇ ଉଭୟ ଙ୍କ ମଧ୍ୟରେ ବଚସା ହେବା ପରେ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ରାଗିଯାଇ ଜିତେନ୍ଦ୍ର ଙ୍କୁ ବିଚ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ନିର୍ଦ୍ଧୁମ ପିଟିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜିତେନ୍ଦ୍ର ଏନେଇ ଘସିପୁରା ଥାନା ରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ