ଗଞ୍ଜେଇ ଖାଇବାକୁ ଟଙ୍କା ନଦେବାରୁ ମାକୁ ଛୁରୀରେ ଆକ୍ରମଣ କଲା ପୁଅ

ହାଟଡ଼ିହି, (ବିକାଶ ବିଶ୍ୱାଳ): ନିଶା ସେବନ ପାଇଁ ମା ଟଙ୍କା ନଦେବାରୁ ପୁଅ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମା କୁ ଗୁରୁତର କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଷିପୁରା ଥାନା ଖଡିବିଲି ଗ୍ରାମରେ। ଗ୍ରାମର ମଣ୍ଟୁ ଜେନା ଆଜି ସକାଳୁ ଗଞ୍ଜେଇ ଖାଇବାକୁ ଯିବାକୁ ତା ମା ରଙ୍ଗବତୀକୁ ୫୦୦ ଟଙ୍କା ମାଗିଥିଲା। ମା ପାଖରେ ଏତେ ଟଙ୍କା ନଥିବାରୁ ସେ ମାତ୍ର ୩୦ ଟଙ୍କା ଦେଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁଅ ମଣ୍ଟୁ ଏକ ଧାରୁଆ କାତିରେ ମା କୁ ଆକ୍ରମଣ କରିବାରୁ ମା ରଙ୍ଗବତୀର ମୁଣ୍ଡ, ହାତରେ ଗଭୀର କ୍ଷତ ହେବ ସହ ରଙ୍ଗବତୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରା ଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ