ମୁଖ୍ୟ ଚିକିତ୍ସାଳୟ କର୍ମଚାରୀ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ
ବାଲେଶ୍ୱର, ((ସରୋଜ ପଣ୍ଡା): ): ଜିଲା ମୁଖ୍ୟ ଚିକିତ୍ସାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ନୂତନ କାର୍ଯ୍ୟାଳୟ ଡାକ୍ତରଖାନା ପରିସରରେ ରବିବାର ଉଦଘାଟିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡିର ପ୍ରମୁଖ ସଙ୍ଗଠକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଜନସାଧାରଣଙ୍କୁ ନିରନ୍ତର ସେବା ଦେଇ ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସାମାନ୍ୟ ବିଶ୍ରାମ ତଥା ଶ୍ରମ ଲାଘବ ଏବଂ ବୈଠକ ପାଇଁ ଏହି ଗୃହ ବେଶ ସହାୟକ ହେବ ବୋଲି ସେମାନେ କହିଥିଲେ । ତେବେ ଗତ ନିର୍ବାଚନ ବେଳେ ଶ୍ରୀ ବିଶ୍ୱାଳ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଏହି ସଂଘ କାର୍ଯ୍ୟାଳୟର ନବୀକରଣ ପାଇଁ ଅର୍ଥ ଯୋଗାଇ ଦେଇଥିବାରୁ ସଦର ବିଧାୟକ ଶ୍ରୀ ଦାସଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ଶ୍ରୀ ବିଶ୍ୱାଳଙ୍କୁ କୃତଜ୍ଞତା ଜଣାଇଥିଲେ । ଉପ-ସଭାପତି ନରହରି ମହାନ୍ତି, ଯୁଗ୍ମ ସମ୍ପାଦକ ଶଶଧର ରଣଜିତ ଓ ଅଶୋକ କୁମାର ଗୋଚ୍ଛାୟତଙ୍କ ସମେତ ଡାକ୍ତରଖାନା ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବହୁ ସଦସ୍ୟ ସଦସ୍ୟା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


