ନାଗଭଣ ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ବିଧାୟକ,ସାଂସଦ ଓ ପ୍ରଶାସନ ପାଖରେ ଗ୍ରାମବାସୀଙ୍କ ନିବେଦନ
ରାଇରଙ୍ଗପୁର-(ଅକ୍ଷୟ ବିଶ୍ବାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ରାଇରଙ୍ଗପୁର ବ୍ଲକର ଭାଲୁବସା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏତିହ୍ୟ ନାଗଭଣ ଗ୍ରାମ ହେଉଛି ସବୁଠାରୁ ବଡ଼ ଗାଁ।ଉକ୍ତ ଗ୍ରାମଟି ଏକ ଐତିହାସିକ ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ଗ୍ରାମ।ଉକ୍ତ ଗ୍ରାମରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟର ଲୋକ ମିଳି ମିଶି ଭାଇ ଚାରାରେ ଚଳନ୍ତି।ଗ୍ରାମରେ ଏକ ପ୍ରାଚୀନ ଗୁମ୍ଫା ରହିଛି ଯେଉଠି ଗ୍ରାମର ମୁଖ୍ୟ ଗ୍ରାମ ଦେବତା ଶ୍ରୀ ଶ୍ରୀ ନଗଭଣ ପାଟ ବାବା ପୂଜା ପାଉଛନ୍ତି ଏହା ଛଡ଼ା ଅନ୍ୟ ଚାରଟି ମନ୍ଦିର ସମେତ ଗୋଟିଏ ବଡ଼ ମସଜିତ ,ତିନୋଟି ଅଙ୍ଗନବାଡ଼ି, ଦୁଇଟି ସରକାରୀ ବିଦ୍ୟାଳୟ।ନାଗଭଣ ପ୍ରାଥମିକ ବିଦ୍ୟାଳୟ ଗତ ୨୦୨୦ ମସିହାରେ ୧୦୦ ବର୍ଷ ପୂରଣ କରିଛି, । ବିଶ୍ବ ପ୍ରଷିଦ୍ଧ ଛଉ ନୃତ୍ୟ, ଚଇତି ପର୍ବ ଓ ବାଉଁଶ କାରିଗର ପାଇଁ ବିଖ୍ୟାତ । ଏହି ଗାଁର ରାସ୍ତା ଘାଟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ସାମାନ୍ୟ ବର୍ଷା ପାଣିରଜ ଉବୁଟୁବୁ ହେଉଛି ଗାଁ । ଗ୍ରାମରେ ସରକାରୀ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ଅଛି । ଗ୍ରାମକୁ ପ୍ରଶାସନ ଓ ସରକାରଙ୍କ ଶୁଭ ଦୃଷ୍ଟି ଏ ପର୍ୟ୍ୟନ୍ତ ପଡି ନାହିଁ ଓ ଆଖିଦୃଶିଆ ବିକାଶ ହୋଇ ପାରିନାହିଁ।ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା ଘାଟ, ଡ୍ରେନ ,ପାନୀୟ ଜଳ ଯୋଗାଣ ନିକଟରେ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅଧିକାଂଶ ଲୋକ ଅନ୍ଧାରରେ ରହୁଛନ୍ତି। ଗ୍ରାମର ପରିମଳ ଓ ସ୍ୱଚ୍ଛତା ଦିଗରେ ପଂଚାୟତର ଭୂମିକା ଅତି ନଗଣ୍ୟ। ଗ୍ରାମର ଯୁବ ସାମାଜିକ କର୍ମି ଗଣେଶ ମିଶ୍ର ସହ ଯୋଗାଯୋଗ କରିବାରୁ “ଗ୍ରାମର ରାସ୍ତାଘଟ ମରାମତି ଓ ପୋଖରୀ ସୌନ୍ଦର୍ୟ୍ୟକରଣ ପାଇଁ ରାଇରଙ୍ଗପୁର ବିଡ଼ିଓ ଶ୍ରୀ ସାଗର ମୁର୍ମୁଙ୍କ ସହ ଆଲୋଚନା କରିଛନ୍ତି ଓ ବିଡ଼ିଓ ଡିଆରଡିଏଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ବୋଲି କହିଛନ୍ତି।ଶ୍ରୀ ନଗଭଣ ପାଟ ବାବାଙ୍କ ପବିତ୍ର ଗୁମ୍ଫାର ପାରିପାର୍ଶିକ ବିକାଶ ପାଇଁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି, କାମ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।କରୋନା ପ୍ରକୋପ କମିଲେ ନାଗଭଣ ପ୍ରାଥମିକ ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଖୁବ ଧୁମ ଧାମରେ ପାଳନ କରିବା ପାଇଁ ପୁରାତନ ଛାତ୍ର ଓ ସମସ୍ତ ଗ୍ରାମବାସୀ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ସଭାପତି ଆଲୋକ ମହାନ୍ତ, ସମ୍ପାଦକ ଗଣେଶ ମିଶ୍ର, ପୁରାତନ ଛାତ୍ର, ସଚି ମହାନ୍ତ, ଶାନ୍ତନୁ ସାହୁ, ରାଜୁ ସିଂହ, ସୁଧନ୍ୟ ମିଶ୍ର, ସେକ ଆମଜାଦ,ସେକ ରେବୁଲ, ସରୋଜ କାଳନ୍ଦୀ, ଶଙ୍କର ମହାନ୍ତ, ସପନ ସାହୁ, ବିକି ବୈଠା, ମିଣ୍ଟୁ କୁଆଁର,ନିପୁ ମହାନ୍ତ, ମଙ୍ଗଲୁ ସିଂ, ଅର୍ଜୁନ ସିଂ,ପ୍ରମୁଖ ସୂଚନା ଦେଇଛନ୍ତି। ନାଗଭଣ ଗାଁକୁ ଏକ ଆଦର୍ଶ ଗ୍ରାମରେ ପରିଣତ କିରିବା ପାଇଁ ଗ୍ରାମବାସୀ ମାନେ ସରକାର, ସ୍ଥାନୀୟ ବିଧାୟକ, ସାଂସଦ ଓ ଉପଜିଲ୍ଲାପାଳଙ୍କୁ ନିବେଦନ କିରିଛନ୍ତି।


