ମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ
ରାଇରଙ୍ଗପୁର (ଅକ୍ଷୟ ବିଶ୍ବାଳ):ମହିଳାଶକ୍ତି ସେବା ଟ୍ରଷ୍ଟର ମୟୁରଭଞ୍ଜ ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ରାଇରଙ୍ଗପୁର ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏହି କର୍ମୀ ସମ୍ମିଳନୀ ବାମନଘାଟୀ ଉପଖଣ୍ଡର ସାତଟି ବ୍ଲକ ଓ ରାଇରଙ୍ଗପୁର ପୌରପାଳିକାର ମହିଳା ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ଗଠିତ ପୁରୁଷ ଟିମର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଭାରୀ ଅଂଶୁମାନ ମହାନ୍ତି ଟ୍ରଷ୍ଟ ପକ୍ଷରୁ ବିଧବା ମହିଳା ଙ୍କୁ ଦିଆ ଯିବାକୁ ଥିବା ଆଜୀବନ ପେନସନ,ଆବାସ ଯୋଜନାରେ ସାମିଲ,ଫ୍ରି ଟ୍ରେନ ପାସ ,ଫ୍ରି ବିଜୁଳି ବିଲ,୨୨ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କ ଫ୍ରି ଶିକ୍ଷା ଦାନ ଉପରେ ସୂଚନା ପ୍ରଦାନ କରିଥିଲେ।ଜିଲ୍ଲା ମହିଳା ଟିମ ର ଅଧ୍ୟକ୍ଷା ସୁମିତ୍ରା ଚୌବେ ବିଧବା ମହିଳା ଙ୍କ ଦୁଃଖ ସୁଖରେ ଠିଆ ହେବା ସହିତ ଅବହେଳିତାଙ୍କୁ ସମାଜ ର ମୁଖ୍ୟଧାରା ରେ ସାମିଲ କରାଇ ବାକୁ ଆହ୍ୱାନ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କମିଟିର ଗାୟତ୍ରୀ ରଣା,ପ୍ରଶାନ୍ତ ବେହେରାଙ୍କ ସହିତ ମହା ସଚିବ ଜୟଦୀପ ମୋଦକ, ରାଇରଙ୍ଗପୁର ପୋୖରାଞ୍ଚଳ ଅଧ୍ୟକ୍ଷ ମନୋଜ ଦାସ,ଅଧ୍ୟକ୍ଷା ମିଥିଲା ଟୁଡୁ,ବ୍ଲକ ଅଧ୍ୟକ୍ଷତା କଲ୍ୟାଣି ପଟ୍ଟନାୟକ, ଅଧ୍ୟକ୍ଷ ବାପି ସିଂ,ସମସ୍ତ ବ୍ଲକ କମିଟିର ଶତାଧିକ ସଦସ୍ୟା ଓ ସଦସ୍ୟ ସାମିଲଥିଲେ। ନଗର କମିଟି ଅଧ୍ୟକ୍ଷ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


