ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ପକ୍ଷରୁ ଆଭାସି ହିନ୍ଦୀ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ପକ୍ଷରୁ ଆଭାସି ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି ହିନ୍ଦୀ ପଖୱାଡା କାର୍ଯ୍ୟକ୍ରମରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ସଭାପତି ତଥା ଭାରତୀୟ ଶିକ୍ଷା ସମାଜ ଅଧ୍ୟକ୍ଷ ଡଃ. ଯୁଧିଷ୍ଟିର ଖଟୁଆ ଉଦଘାଟକ, ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡଃ. ଅଜିତ ମହାପାତ୍ର ମୁଖ୍ୟ ଅତିଥି, ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଆରାଧନା ଦାଶ ମୁଖ୍ୟବକ୍ତା ଏବଂ ବିଶିଷ୍ଟ ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ, ରାଜ୍ୟ ହିନ୍ଦୀ ଶିକ୍ଷକ ସଙ୍ଘ ଉପଦେଷ୍ଟା ମହେନ୍ଦ୍ର କୁମାର ମଲ୍ଲିକ, ଯୁବ ସମାଜସେବୀ ରାଜେଶ ପଣ୍ଡା, ପରିବେଶବିତ କାଶୀନାଥ ରାଉତରାୟ, ସମାଜସେବୀ ନଳିନୀକାନ୍ତ ପୃଷ୍ଟି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରଭାଷାର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଓଡିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଶୁଭେଛା ବାର୍ତ୍ତା ମାଧ୍ୟମରେ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପାଇଁ ସଙ୍କଳ୍ପିତ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ପାଦକ ଅଶୋକ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଝରିଣୀ ପଣ୍ଡା ରାଷ୍ଟ୍ରବନ୍ଦନା ଗାନ, ଶିକ୍ଷକ ମହେଶ୍ୱର ସାହୁ, ନିର୍ମଳ କୁମାର ସ୍ୱାଇଁ, ବଙ୍କୀମ ବିହାରି ମହାନ୍ତି, ଅନ୍ନପୂର୍ଣ୍ଣା ଚୁଳି, ଅନୀତା ନାୟକ, ସବନମ, ଛାତ୍ରୀ ଅଙ୍କିତା ରାଉତ, ସ୍ମିରଣ ସାହୁ ପ୍ରମୁଖ ରାଷ୍ଟ୍ରଭାଷା ହିନ୍ଦୀର ଜୟଗାନ କରିଥିଲେ । ପ୍ରାରମ୍ଭରେ ୟୁଟିଆଇ ପ୍ରତିଷ୍ଠାତା ସ୍ୱର୍ଗତ ବିକ୍ରମ ବର୍ମା ଏବଂ କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ସଙ୍ଘର ପ୍ରାକ୍ତନ ସଭାପତି ସ୍ୱର୍ଗତ ରାଜକିଶୋର ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶେଷରେ ସେକ ସନୱର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ