ନାଉଗାଁ ବ୍ଲକରେ ସ୍ୱଚ୍ଛତା ରଥ ପରିକ୍ରମା
ନାଉଗାଁ, (ପ୍ରଦୋଷ ମହାନ୍ତି) : ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଶୁକ୍ରବାର ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଶୌଚାଳୟ ସଂର୍ପକରେ ସଚେତନ କରିବା ପାଇଁ ସ୍ୱଚ୍ଛତା ରଥ ପରିକ୍ରମା କରୁଅଛି । ଏହି ରଥକୁ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରଧାନ, ବିଆରସି ସୁବାସ ଚନ୍ଦ୍ର ରାଉତ, ମୁଖ୍ୟ କିରାଣୀ ସିଦ୍ଧାର୍ଥ ଦାସ, ବରିଷ୍ଠ କିରାଣୀ ସୁଶାନ୍ତ ବିଶ୍ୱାଳ, ପ୍ରତିମା ସାହୁଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ୱଚ୍ଛତା ରଥ ମାଧ୍ୟମରେ ଶୌଚାଳୟ ବ୍ୟବହାର ସଂର୍ପକରେ ସଚେତନତା କରାଯିବା ସହ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଓ ଗାଁ ମାନଙ୍କରେ କିପରି କଠିନ ଓ ତରଳ ବର୍ଯ୍ୟବସ୍ତୁ ସଠିକ ପରିଚାଳନା କରିବେ ସେ ବିଷୟରେ ଉକ୍ତ ରଥ ମାଧ୍ୟମରେ ସଚେତନତା କରାଯିବାର ଲକ୍ଷ୍ୟ ରଖାଯାଇଥିବା ଏବିଡିଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।