ଦୁର୍ଦ୍ଦାନ୍ତ ଅପରାଧୀ ନରେଶ କାଳିଆ ଗିରଫ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଭଣ୍ତିସାହି ଠାରେ ପୁଲିସ ଉପରେ ଆକ୍ରମଣ କରି ସର୍ଭିସ ରିଭଲଭର ଛଡାଇନେଇ ୧୪ ମାସଧରି ଫେରାର ହୋଇଯାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ନରେଶ କାଳିଆ କୁ ପୋଲିସ ଶୁକ୍ରବାର ଦିନ ଗିରଫ କରିବାକୁ ସକ୍ଷମ ହୋଇଛି । ନରେଶ ଗତକାଲି ଭଣ୍ତିସାହିର ଜନୈକ ଡିଲର କୁ ଆକ୍ରମଣ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ନରେଶ ପାଖରୁ ସରକାରୀ ରିଭଲଭର କୁ ଉଦ୍ଧାର କରିବାରେ ସଫଳ ହୋଇଛି କାକଟପୁର ଥାନା ପୁଲିସ । ଗତ ୨୦୨୦ ଜୁଲାଇ ମାସ ୨୪ ତାରିଖ ରାତିରେ କାକଟପୁର ପୁଲିସ ଭଣ୍ତିସାହି ଠାରେ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇ ତତ୍ କାଳୀନ ଥାନାଅଧିକାରୀ ସୁଜିତ ଦାଶ ଓ ଏସ.ଆଇ ସଞ୍ଜୟ ମାଝି ସଦଳବଳେ ଚଢାଉ କରିଥିଲେ । ଘଟଣା ସ୍ଥଳରେ ନରେଶ କାଳିଆ ପୁଲିସ କୁ ଆକ୍ରମଣ କରି ସରକାରୀ ରିଭରଭର ଛଡାଇନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ଏହି ଘଟଣା ରେ କାକଟପୁର ଥାନା ରେ କେଶ ନଂ -୧୪୨/୨୦ ରେ ନରେଶ ନାମରେ ଏକ ମାମଲା ରୁଜ୍ଜହୋଇଥିଲା । ପରେ କାକଟପୁର ପୁଲିସ ବିଭିନ୍ନ ସ୍ଥାନ ରେ ଚଢାଉ କରିଥିଲେ ମଧ୍ୟ ନରେଶ ସ୍ବାଇଁ କୁ ଧରିବାରେ ବିଫଳ ହୋଇଥିଲା । ପୁରୀ ପୁଲିସ ପକ୍ଷରୁ ନରେଶ କୁ ପଳାତକ ଘୋଷଣା କରାଯିବା ସହ ତାକୁ ପୁଲିସ କୁ ଧରାଇବାରେ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଥିଲା l ଏହା ସହ ନାଉଗାଁ ଅଂଚଳରେ ଲଟକା ଜାରୀ କରିଥିଲା କାକଟପୁର ପୁଲିସ । ଗତକାଲି ଭଣ୍ତିସାହି ଅଂଚଳର ଜଣେ ଖାଉଟି ସାମଗ୍ରୀ ବଣ୍ଟନକାରୀ ଡିଲର ଭବାନୀ ପ୍ରସାଦ ସ୍ବାଇଁ କୁ ଆକ୍ରମଣ କରିଥିବା ନେ଼ଇ କାକଟପୁର ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁ କରି (କେସନଂ-୨୩୪/୨୧) ବିଭିନ୍ନ ଗ୍ରାମ ରେ ଚଢାଉ କରି ଶେଷରେ ନରେଶ କାଳିଆ (ନରେଶ ସ୍ବାଇଁ )କୁ ଗିରଫ କରିଥିଲା। ଆଜି ତାକୁ ନିମାପଡା କୋର୍ଟ କୁ ଚାଲାଣ କରାଯାଇଛି ।


