ରାୟଗଡ ବ୍ଲକରେ ଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରାଯାଇଛି । ବିଡିଓ ରାଜା ରଞ୍ଜିତ ପ୍ରତାପ ବଳଙ୍କ ସଭାପତିତ୍ୱରେ ନିର୍ମାଣଧିନ ବସ୍‌ଷ୍ଟାଣ୍ଡ ଠାରେ ବ୍ଲକ ସ୍ତରୀୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଦରମହକୁମା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବହୁ ଆଡମ୍ବର ସହକାରେ ବାଜା ବାଜଣାରେ ରାୟଗଡ ବ୍ଲକ ଦାୟିତ୍ୱରେ ଥିବା ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ଓ ପରାମର୍ଶଦାତା ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବୋର୍ଡର ସଭାପତି ବିଜୟ କୁମାର ନାୟକଙ୍କୁ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ । ଏହାକୁ ଲାଇବ ଟେଲିକାଷ୍ଟ ମାଧ୍ୟମରେ ଦେଖିବାପରେ ଆରମ୍ଭ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟ କୁମାର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷା ଟି.ଇଶ୍ୱରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହାପରେ ମାର୍ଲବା ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ ହୋଇଥିଲା । ଏଥିରେ ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଯୋଗଦେଇଥିଲେ । ପରେ କରଡାସିଂ ପଞ୍ଚାୟତରେ ମଧ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଉକ୍ତ କାର୍ଡ ବଣ୍ଟନ କହିିଥିଲେ । ଶେଷରେ ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍‌ଠିତ ହୋଇଥିଲା । ଏଥିରେ ବଣ୍ଟନ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ଡିଡବ୍ଲ୍ୟଓ ସନ୍ତୋଷ ରଥ, ଏବିଡିଓ ପିତାମ୍ବର ବେହେରା, ସିଡିପିଓ ତେରେସ୍କୋବା ମଲ୍ଲିକ, ବିପିଏମ୍ ଲତିକା ଦେବୀ, ବିଜେଡି ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ବ୍ଲକ ବିଜେଡି ସବାପତି ସୀମାନଞ୍ଚଳ ମହାନ୍ତିଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି, ପିଇଓ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ