ଯୁବନେତାଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ଯୁବନେତା ବିକ୍ରମ ପଣ୍ଡାଙ୍କ ଜନ୍ମ ଦିବସ ଅବସରରେ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ସହରର ହୋଟେଲ ଫାଣ୍ଟାସି ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପଣ୍ଡାଙ୍କ ପିତା ହୃଷୀକେଶ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପିଲାଟି ବେଳୁ ସାମାଜ ସେବା ପ୍ରତି ଧେୟ ରଖି ଆସିଥିବା ପୁତ୍ରଙ୍କୁ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇବା ସହ ରକ୍ତଦାନ ଭଳି ମହତ କାର୍ଯ୍ୟକ୍ରମର ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପିସିସି ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ନାୟକ, ବରିଷ୍ଠ କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଛାତ୍ର ବିଜେଡି ଜିଲା ସଭାପତି ସିମନ ଦାସ ମହାପାତ୍ର, ଭୂବନାନନ୍ଦ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ଦିବ୍ୟେନ୍ଦୁ ପାଣିଗ୍ରାହୀ, ସତ୍ୟଶିବ ସୁନ୍ଦର ଦାସ, ଭାଗବତ ସାହୁ, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ବିଜେପି ନେତା ସୁଜିତ ମହାପାତ୍ର, ଶ୍ରୀନିବାସ ପ୍ରଧାନ, ବିଭୂପଦ ଦାସ, ବିଜୟ ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜନ୍ମଦିନରେ ଏଭଳି ମହତ କାର୍ଯ୍ୟର ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ବୋଲି ଅତିଥିମାନେ ମତ ଦେଇଥିଲେ । ତେବେ ଜନ୍ମଦିନରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅପେକ୍ଷା ଏହିଭଳି ସମାଜସେବା ମୂଳକ କାର୍ଯ୍ୟ ଆୟୋଜନ କରି ସେ ବିଶେଷ ଭାବେ ଆତ୍ମସନ୍ତୋଷ ପାଉଛନ୍ତି ବୋଲି ଶ୍ରୀ ପଣ୍ଡା ମତ ଦେଇଛନ୍ତି । ଅନ୍ୟମାନେ ବି ଜନ୍ମଦିନ ପାଳନ ଅବସରରେ ଏହିଭଳି କାର୍ଯ୍ୟକ୍ରମ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଶିବିର ଶେଷ ସୁଦ୍ଧା ମୋଟ ୧୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିରରେ ଯୋଗଦେଇଥିବା ସମସ୍ତ ଅତିଥି ଓ ରକ୍ତଦାତାଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଥିଲା । ଜ୍ଞାନେନ୍ଦ୍ର ମହାନ୍ତି, ସୁଶୀଳ ଜେନା, ବୈଦୁର୍ଯ୍ୟ ଦାସ, ସାହିରୁଲ ହକ, ମନୋଜ ପୋଦାର, ସଂଗ୍ରାମ ପଣ୍ଡା, ସଲିମ ରାଜା, କାହ୍ନୁଚରଣ ବେହେରା, ସୃଷ୍ଟିଧର ଜେନା, ସତ୍ୟପ୍ରକାଶ ରାଉତ, ଡ.ଶ୍ରୀମାନ ଶ୍ରୀଚନ୍ଦନ, ଅଶୋକ ଆଢ଼୍ୟ, ଜିତେନ୍ଦ୍ର ଦାସ, ବିଶ୍ୱଜିତ ଦାସ, ଅର୍ଦ୍ଧେନ୍ଦୁ ଦାସ, ତୁଷାରକାନ୍ତି ତପସ୍ୱୀ, ସନ୍ତୋଷ ଦାସ, ଆଶିଷ ସାହୁ, ତପନ ଜେନା, ରାଜେଶ କୁମାର ଜେନା ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ । ଜଣେ ଯୁବନେତା ଭାବେ ସମାଜସେବା ତଥା ଗଠନ ମୂଳକ କାର୍ଯ୍ୟରେ ପଣ୍ଡା ସର୍ବଦା ଆଗରେ ରହିଥା’ନ୍ତି ବୋଲି ଶିବିର ପରିଚାଳନା କରୁଥିବା ତାଙ୍କର ସହଯୋଗୀ ଓ ଶୁଭେଚ୍ଛୁମାନେ ପ୍ରକାଶ କରିଥିଲେ । ଏହି ଧାରା ସବୁବେଳେ ବଜାୟ ରହୁ ବୋଲି ସେମାନେ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ